PM ଆବାସ ଯୋଜନା ୨.୦ ନିୟମରେ ବଡ଼ ପରିବର୍ତ୍ତନ

PMAY Urban 2.0 ଫେଜରେ ଏବେ ବଡ଼ ନିୟମ ପରିବର୍ତ୍ତନ କରାଯାଇଛି।ଏବେ Eligibility Beneficiary Certificate ଅନିବାର୍ଯ୍ୟ କରାଯାଇଛି। ଏହା ପାଇଁ ଆବେଦକଙ୍କୁ PMAY ଅଫିସିଆଲ୍ ପୋର୍ଟାଲରେ ରେଜିଷ୍ଟ୍ରେସନ୍ କରିବାକୁ ପଡ଼ିବ। ପରେ ନଗର ନିଗମ ଦ୍ୱାରା ଫିଜିକାଲ୍ ଭେରିଫିକେସନ୍ କରାଯିବ ଏବଂ ସବୁଠିକ୍ ଥିଲେ ୪ଟି କିସ୍ତିରେ ଟଙ୍କା ଦିଆଯିବ| ତେବେ ଏଥିପାଇଁ ଡକ୍ୟୁମେଣ୍ଟ ଆବଶ୍ୟକ ଅଟେ | ଯୋଗ୍ୟତା ପ୍ରମାଣ ପାଇଁ ୩୧ ଅଗଷ୍ଟ ୨୦୨୪ ପୂର୍ବର ବିଦ୍ୟୁତ କିମ୍ବା ପାଣି ବିଲ୍, ମ୍ୟୁନିସିପାଲ୍ ପ୍ରୋପର୍ଟି ଟ୍ୟାକ୍ସ ରସିଦ୍, ପୁରୁଣା ଭୋଟର ଲିଷ୍ଟରେ ନାମ ଥିବା ଜରୁରୀ । ତେବେ ସରକାର ଜିଓ-ଟ୍ୟାଗିଂ ଓ ସାଟେଲାଇଟ୍ ଇମେଜିଂ ମାଧ୍ୟମରେ ମଧ୍ୟ ଯାଞ୍ଚ କରୁଛନ୍ତି।ନୂଆ ନିୟମ ଅନୁସାରେ ୩୧ ଅଗଷ୍ଟ ୨୦୨୪ ପୂର୍ବରୁ ଯାହାଙ୍କ ନାମରେ ଜମି ରେଜିଷ୍ଟ୍ରି ଥିବ, ସେମାନଙ୍କୁ ଏହି ଯୋଜନାର ଲାଭ ମିଳିବ। ଏହି ତାରିଖ ପରେ ଜମି କିଣିଥିବା କିମ୍ବା ରେଜିଷ୍ଟ୍ରି କରାଇଥିବା ଲୋକଙ୍କୁ ଘର ନିର୍ମାଣ ସହାୟତା ମିଳିବ ନାହିଁ। ଏହା ସହ ଜମିଟି ଆବାସିକ କ୍ଷେତ୍ରରେ ଥିବା ଆବଶ୍ୟକ।

ଅଧିକ ପଢନ୍ତୁ