ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୨୨ତମ କିସ୍ତି ଟଙ୍କା ଫେବୃଆରୀ ୨୮ ସୁଦ୍ଧା ଜାରି ହେବାର ଆଶା କରାଯାଉଛି। ଏହି କିସ୍ତିରୁ ପ୍ରାୟ ଦଶ କୋଟି ଚାଷୀ ଉପକୃତ ହେବାର ସମ୍ଭାବନା ରହିଛି। ଚାଷୀମାନେ ପୂର୍ବରୁ ୨୧ଟି କିସ୍ତି ପାଇସାରିଛନ୍ତି କିନ୍ତୁ ସମସ୍ତେ ଏବେ ପରବର୍ତ୍ତୀ ଟଙ୍କା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।ବର୍ତ୍ତମାନ, ପରବର୍ତ୍ତୀ ଇନଷ୍ଟଲମେଣ୍ଟର ରିଲିଜ୍ ସମ୍ପର୍କରେ କୌଣସି ସରକାରୀ ଘୋଷଣା ହୋଇନାହିଁ, ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହା ଫେବୃଆରୀ ଶେଷ ସପ୍ତାହ ସୁଦ୍ଧା ରିଲିଜ୍ କରାଯିବ ବୋଲି କୁହାଯାଉଛି।
