RWSS କନିଷ୍ଠ ଯନ୍ତ୍ରୀଙ୍କୁ ପରିସ୍ରା ପିଆଇବା ଘଟଣାରେ ସସସ୍ତ କର୍ମଚାରୀଙ୍କ ହେବ ପରିସ୍ରା ଟେଷ୍ଟ

ଗଜପତି ଜିଲା ଆର୍‌. ଉଦୟଗିରି RWSS କନିଷ୍ଠ ଯନ୍ତ୍ରୀଙ୍କୁ ପିଅନ ପରିସ୍ରା ପିଆଇବା ଅଭିଯୋଗ ଘଟଣାରେ RWSS କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ପରୀକ୍ଷା ହେବ ପରିସ୍ରା ନମୁନା lପିଅନ ପାଣି ବୋତଲରେ ପରିସ୍ରା ଦେଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ଯନ୍ତ୍ରୀ ସଚିନ ଗୌଡ଼। ଅଟକ ପିଅନ ଶିବ ନାରାୟଣଙ୍କୁ ୪୧ ବଣ୍ଡ୍‌ରେ ଛାଡ଼ିଛି ପୋଲିସ। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆର.ଉଦୟଗିରି SDPO ସୁରେଶ ତ୍ରିପାଠୀ କହିଛନ୍ତି ।ସୂଚନା ଅନୁଯାୟୀ, ଗତ ୨୨ତାରିଖ ଦିନ ଆର.ଉଦୟଗିରି RWSS କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ଭାବେ ସଚିନ ଗୌଡ଼ ଯୋଗଦେଇଥିଲେ । ୨୩ ତାରିଖ ରାତିରେ ଯନ୍ତ୍ରୀ ତାଙ୍କ ବାସଭବନରେ ଖାଇ ସାରିବା ପରେ ପିଅନ ଶିବ ନାରାୟଣକୁ ପାଣି ମାଗିଥିଲେ । ପିଅନ ଏକ ପ୍ଲାଷ୍ଟିକ ବୋତଲରେ ପାଣି ଆଣି ଦେଇଥିଲେ । ପାଣି ପିଇବା ପରେ ଯନ୍ତ୍ରୀଙ୍କୁ ତାହା ପରିସ୍ରା ଭଳି ଲାଗିବାରୁ ଅଫିସ ଲ୍ୟାବରେ ପରୀକ୍ଷା କରାଇଥିଲେ । ପାଣିରେ ପରିସ୍ରା ନମୁନା ବାହାରିଥିଲା ।

ଅଧିକ ପଢନ୍ତୁ

Odisha Darpan Digital