ବଡ଼ ମେଡିକାଲରେ ବଡ଼ ଦୁର୍ଘଟଣା, ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ ଏସସିବିରେ ଭାଙ୍ଗିପଡ଼ିଲା କ୍ରେନ୍ । ଯାହା ଫଳରେ ଘଟଣା ସ୍ଥଳରେ ୩ ଜଣ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି । ସସିବି ସେକେଣ୍ଡ କ୍ୟାମ୍ପସରେ ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ କେଉଁ କାରଣରୁ କ୍ରେନ୍ଟି ଭାଙ୍ଗି ପଡ଼ିଛି ସେନେଇ ସ୍ପଷ୍ଟ ଜଣା ପଡ଼ିନି। ଆଶଙ୍କା କରାଯାଉଛି କି ଓଭର ଲୋଡ୍ ଯୋଗୁଁ ଟାୱାର କ୍ରେନ୍ ଭାଙ୍ଗି ପଡ଼ିଛି।
ତେବେ ଘଟଣାସ୍ଥଳରେ ଉଦ୍ଧାକାରୀ ଟିମ୍ ପହଞ୍ଚିଥିବା ଖବର ମିଳିଛି।କଟକସ୍ଥିତ ଏସ୍ସିବିର ନୂଆ ପରିସର ପାଇଁ କିଛି ବର୍ଷ ହେଲା କାମ ଚାଲିଛି। ନିର୍ମାଣ କାମ ଦ୍ରୁତଗତିରେ ଆଗେଇ ଥିବା ବେଳେ ଆଜି ଅପରାହ୍ଣରେ ଅଘଟଣ ଘଟିଛି।