SCB ଅଗ୍ନିକାଣ୍ଡ ଘଟଣା: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଚାରିଜଣ ଅଧିକାରୀ ନିଲମ୍ୱିତ

କଟକ SCB ହସ୍‌ପିଟାଲରେ ଗତ ୧୬ ତାରିଖ ଦିନ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ଅନେକ ଜୀବନ ନଷ୍ଟ ହେବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।କାର୍ଯ୍ୟରେ ଅବହେଳା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ନିମ୍ନଲିଖିତ ଚାରି ଜଣ ଅଧିକାରୀଙ୍କୁ ନିଲମ୍ୱିତ କରାଯାଇଛି ।

୧ – କଟକ ସର୍କଲର ଡେପୁଟି ଫାୟାର ଅଫିସର ଶ୍ରୀ ପ୍ରକାଶ କୁମାର ଜେନା

୨- କଟକ ସର୍କଲର ଆସିଷ୍ଟାଣ୍ଟ ଫାୟାର ଅଫିସର ଶ୍ରୀ ସଞ୍ଜୀବ କୁମାର ବେହେରା

୩ – ଏସ୍.ସି.ବି ମେଡିକାଲ ଓ ହସ୍‌ପିଟାଲର ଷ୍ଟେସନ ଅଫିସର ଶ୍ରୀ ଅଭିନବ ପୃଷ୍ଟି ଏବଂ

୪ – କଟକ ଜି.ଇ.ଡି ଅନ୍ତର୍ଗତ ଏସ୍.ସି.ବି ସବ୍‌-ଡିଭିଜନର ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ ଇଞ୍ଜିନିଅର ଶ୍ରୀ ରଞ୍ଜନ କୁମାର ବିଶ୍ୱାଳ

ଅଧିକ ପଢନ୍ତୁ