SCB ମେଡିକାଲ ପୋଡ଼ି ଘଟଣାକୁ ୯ ଦିନ ବିତିଲାଣି, ତଥାପି କୌଣସି କେନ୍ଦ୍ର ମନ୍ତ୍ରୀଙ୍କ ଦେଖାନାହିଁ: ନବୀନ

SCB ମେଡିକାଲ ପୋଡ଼ି ଘଟଣାରେ ରାଜ୍ୟ ରାଜନୀତିରେ ହଇଚଇ । ଶାସକ-ବିରୋଧୀଙ୍କ ମଧ୍ୟରେ ଚାଲିଛି ଆରୋପ ଏବଂ ପ୍ରତ୍ୟୋରପର ଲଢେଇ ।ଏସବୁ ଭିତରେ ମଙ୍ଗଳବାର ଦିନ ପୁଣି ଥରେ ସରକାରୀ ଦଳକୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।ସେ କହିଛନ୍ତି ଯେ, SCB ମେଡିକାଲ ପୋଡ଼ି ଘଟଣାକୁ ନେଇ ୯ ଦିନ ବିତିସାରିଲାଣି । ତଥାପି କୌଣସି ବି କେନ୍ଦ୍ର ମନ୍ତ୍ରୀ ମେଡିକାଲ ପରିଦର୍ଶନ କରିନାହାନ୍ତି । କିନ୍ତୁ ଯେତେବେଳେ ଗୋଟିଏ ଘରୋଇ ହସ୍ପିଟାଲରେ ନିଆଁ ଲାଗିଥିଲା ସେତେବେଳେ ଅନେକ କେନ୍ଦ୍ର ମନ୍ତ୍ରୀ ଆସିଥିଲେ । ଏବେ କାହିଁକି ଆସୁନାହାନ୍ତି । ଯାହା ପୁରା ଆଶ୍ଚର୍ଯ୍ୟଜନକ । ମୁଁ ଆଉ ଥରେ କହୁଛ ଯେ, ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ଘଟଣାରେ ଇସ୍ତଫା ଦିଅନ୍ତୁ । ନଚେତ ଆଗାମୀ ଦିନରେ ଆନ୍ଦୋଳନ ହେବ । ବିଜେଡି ଜୋରଦାର ପ୍ରତିବାଦ କରିବ ।ସୂଚନାମୁତାବକ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀମାନେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ । ଫଳରେ ଗୃହ ଚାଲି ପାରିନଥିଲା । ଏନେଇ ବାଚସ୍ପତି ଗୃହକୁ4ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ପୂର୍ବରୁ 11 ଟା 30 ଯାଏ ମୁଲତବୀ କରାଯାଇଥିଲା । ଏଭଳି ମୁଲତବୀ ପରେ ବାଚସ୍ପତି ଗତକାଲି ସର୍ବଦଳୀୟ ବୈଠକ ଡାକିଥିଲେ ତଥାପି ଫେଲ ମାରିଛି ବୈଠକ ।

ଅଧିକ ପଢନ୍ତୁ