SI ସ୍କାମ ମାମଲାରେ ଦିଘା ମଡ୍ୟୁଲର ମୁଖ୍ୟ ବିରଞ୍ଚି ଗିରଫ !

ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲାରେ ଆଜି ମାଷ୍ଟରମାଇଣ୍ଡକୁ ଗିରଫ କରିଛି ସିବିଆଇ । ଦୀଘା ମଡେଲର ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକକୁ ସିବିଆଇ ଉଠାଇ ଆଣିଛି । ଏସଆଇ ସ୍କାମ୍‌ରେ ସିବିଆଇର ଗ୍ରାଉଣ୍ଡରେ ପହଞ୍ଚି ସିବିଆଇ ଟିମର ତନାଘନା । ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ପହଞ୍ଚି ଖୋଳତାଡ଼ କରିଥିଲା ୨ ଜଣିଆ ସିବିଆଇ ଟିମ୍ । ଭଞ୍ଜନଗର ଥାନାରେ ପହଞ୍ଚି ମାମଲାରେ ଅଭିଯୁକ୍ତ ରହିଥିବା କିଛି ଆଶାୟୀଙ୍କୁ ଡାକି ପଚରାଉଚରା କରିଥିବା ସୂଚନା ମିଳିଛି । ତେବେ ଏନେଇ ସିବିଆଇ ଅଧିକାରୀ ମାନେ ଗଣମାଧ୍ୟମ ଆଗରେ କିଛି ପ୍ରକାଶ କରିନାହାନ୍ତି । ତେବେ ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକକୁ ପାରଳାଖେମୁଣ୍ଡିରୁ ଉଠାଇ ଆଣିଥିବା ସୂଚନା ମିଳିଛି । ଏସଆଇ ପରୀକ୍ଷା ଜାଲିଆତି ମାମଲାରେ ସିବିଆଇ ତଦନ୍ତ କରୁଥିବା ବେଳେ ଏହା ପ୍ରଥମ ଆକ୍ସନ ଗ୍ରହଣ କରାଯାଇଛି । ପୂର୍ବରୁ ଏସଆଇ ପରୀକ୍ଷା ଜାଲିଆତି ମାମଲାରେ କିଛି ପରୀକ୍ଷାର୍ଥୀଙ୍କୁ ଜେରା କରିଥିଲା ସିବିଆଇ |ବଡ଼ କଥା ହେଉଛି ଏସ୍ଆଇ ପରୀକ୍ଷାରେ ଉତୀର୍ଣ୍ଣ ହେବା ପାଇଁ ହୋଇଥିଲା କୋଟି କୋଟି ଟଙ୍କାର ଡିଲ୍ । ପ୍ରତି ପରୀକ୍ଷାର୍ଥୀ ପିଛା ୨୫ ଲକ୍ଷର ଡିଲ୍ ହୋଇଥିଲା । କ୍ରାଇମବ୍ରାଞ୍ଚ ତଦନ୍ତରେ ସାଂଘାତିକ ସତ ଏବେ ସାମ୍ନାକୁ ଆସିଛି ।

ଅଧିକ ପଢନ୍ତୁ