SORRY କହି ବାଇକ ଫେରାଇ ଦେଲା ଲୁଟେରା, ଚିଠିରେ ଲେଖିଲେ ଚୋରିର କାହାଣୀ

ଗାଡି ଚୋରି ହେବା କିଛି ନୂଆ ଘଟଣା ନୁହେଁ । ଯାହାର ଗାଡି ଚୋରି ହୋଇଥାଏ ସେ କେତେ ଯେ ଟେନସନ୍ ନିଏ ସେ ନିଜେ ହିଁ ଜାଣିଥାଏ । ହେଲେ ଏ ଗାଡି ଚୋରି କଥା ଶୁଣିଲେ ଆପଣ ହସି ହସି ଗଡି ଯିବେ । ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଅଞ୍ଚଳର ଏହି ଘଟଣା । ଲାଞ୍ଜିପଲ୍ଲୀ ଅଞ୍ଚଳର ଜଣେ ଯୁବକଙ୍କ ବାଇକ ତାଙ୍କ ଘର ସମ୍ମୁଖରୁ ଚୋରି ହୋଇଥିଲା । ଚୋରି ସମୟର ଭିଡ଼ିଓ ସିସିଟିଭି କ୍ୟାମେରାରେ ମଧ୍ୟ କଏଦ ହୋଇଥିଲା । ଗାଡ଼ି ମାଲିକ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ହଠାତ ସ୍ବପ୍ନ ଦେଖିବା ଭଳି ହଜିବା ବାଇକ୍ ଯୁବକଙ୍କୁ ମିଳି ଯାଇଥିଲା ।ପାଖକୁ ଯାଇ ଦେଖିବା ବେଳକୁ ବାଇକ୍ ଭଲ ଅବସ୍ଥାରେ ଅଛି । ଆଉ ବାଇକ୍ ଉପରେ ଏକ ଚିଠି ରଖା ଯାଇଛି ।

ଚିଠିରେ ଲେଖା ହୋଇଛି “ସରି, ଏମିତି ନେବାର ନଥିଲା ମୋ ଗାର୍ଲଫ୍ରେଣ୍ଡର ଆକ୍‌ସିଡେଣ୍ଟ କାଲି ରାତିରେ ହୋଇଥିଲା । ମୋ ପାଖରେ ପଇସା ନଥିଲା ଓ ଜଲ୍‌ଦି ଯିବାର ଥିଲା । ତେଣୁ କରି ଆପଣଙ୍କ ବାଇକ ନେଇଥିଲି । ସେମିତି ନେବାର ନଥିଲା । କିନ୍ତୁ ସେଥ‌ିପାଇଁ ସରି । ସାନ ଭାଇ ଭାବି କ୍ଷମା କରିଦେବେ ଭାଇ।”

ଅଧିକ ପଢନ୍ତୁ

kc ads