ମୃତ OAS ଅଫିସରଙ୍କୁ ମୋଦିଙ୍କ ସୁରକ୍ଷା ଦାୟିତ୍ୱ ! ସମାଲୋଚନା କଲା ବିଜେଡି

୧୭ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ। ଏନେଇ ମୋଦିଙ୍କ ସୁରକ୍ଷା ପାଇଁ ଅଧିକାରୀମାନଙ୍କୁ ଦାୟିତ୍ୱ ସବୁ ବଣ୍ଟନ କରାଯାଇଛି। ଏଥିରେ ଜଣେ ମୃତ ଓଏଏସ୍‌ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଥିବା ନେଇ ବିବାଦ ଦେଖାଦେଇଛି।ଓଏଏସ୍ ଅଫିସର ସ୍ୱର୍ଗତ ପ୍ରବୋଧ କୁମାର ରାଉତଙ୍କ ନାଁ ରହିଛି। ଭିଡ଼ ନିୟନ୍ତ୍ରଣ ଲାଗି ନିୟୋଜିତ ହେବାକୁ ଥିବା ଅଫିସରଙ୍କ ତାଲିକାରେ ତାଙ୍କ ନାଁ ଥିବା ଦେଖିବାକୁ ମିଳିଛି। ଗତ ୨୦୨୩ ଜୁଲାଇ ୧୮ ତାରିଖରେ ପ୍ରବୋଧ କୁମାରଙ୍କର ମୃତ୍ୟୁ ଘଟିଥିଲା। କଟକରେ ଏକ ଦୁର୍ଘଟଣାର ଶିକାର ହେବା ପରେ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ସେ ପ୍ରାଣ ହରାଇଥିଲେ।ତେବେ ଏହି ତାଲିକାକୁ ନେଇ ବିଜେଡି ରାଜ୍ୟ ସଭା ଏମ୍‌ପି ସୁଲତା ଦେଓ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସୋସିଆଲ ମିଡିଆରେ ସେ ଲେଖିଛନ୍ତି, ଭଗବାନ ଭରସାରେ ଓଡ଼ିଶାର ଶାସନ।

ଅଧିକ ପଢନ୍ତୁ