ରଣପୁର ପାଇଁ ସି.ପି.ଆଇ.(ଏମ୍)ର ପ୍ରାର୍ଥୀପତ୍ର ଦାଖଲ

ନୟାଗଡ଼,(ଓଡ଼ିଶା ଦର୍ପଣ):ଶ୍ରମିକ ଦିବସ ଅବସରରେ ମଇ ପହିଲାଦିନ ରଣପୁର ନିର୍ବାଚନମଣ୍ଡଳୀ ପାଇଁ ସି.ପି.ଆଇ.(ଏମ୍) ପକ୍ଷରୁ ଯୁବ ସଙ୍ଗଠନ ଡି. ୱାଇ.ଏଫ୍.ଆଇ.ର ରାଜ୍ୟ ସଭାପତି ସରୋଜ କୁମାର ନାୟକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଶତାଧିକ କର୍ମୀଙ୍କ ଗହଣରେ ଶୋଭାଯାତ୍ରାରେ ଯାଇ କମ୍ରେଡ୍ ସରୋଜ ଅତିରିକ୍ତ ଜିଲ୍ଲାପାଳ ତଥା ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀର ରିଟର୍ଣୀ ଅଫିସର ଦିଲ୍ଲୀପ କୁମାର ବଳଙ୍କ ପାଖରେ ମନୋନୟନ ପତ୍ର ଦାଖଲ କରିଛନ୍ତି। ବିଜେପି ବିଜେଡ଼ିର ଭାଗିଦାରୀ ପ୍ରଜାଶୋଷଣକୁ ପ୍ରତିହତ କରି କୃଷକ-ଶ୍ରମିକ ସପକ୍ଷବାଦୀ ଗଣାଭିମୁଖୀ […]