ଜିଲ୍ଲା ଲାଇବ୍ରେରୀ ‘ଅଧ୍ୟୟନ’ ଉଦଘାଟିତ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା ପାଠାଗାର ‘ଅଧ୍ୟୟନ’ ଆଜି ଲୋକାର୍ପିତ ହୋଇଛି । ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ପୌରପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଜିଲ୍ଲାପାଳ ସ୍ବଧାଦେବ ସିଂ ଯୋଗ ଦେଇ ଏହାକୁ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ଦକ୍ଷିଣକାଳୀଙ୍କ ମଣ୍ଡାବାଗନ ପଡ଼ିଆରେ ଏକ ସଭା ଆୟୋଜନ ହୋଇଥିବା ବେଳେ ନୟାଗଡ଼ ବିକାଶ ଓ ଉନ୍ନତୀ ଏବଂ ପାଠାଗାର ସମ୍ପର୍କିୟ ବୃତ୍ତଚିତ୍ର ଦ୍ବାରା ଜନସାଧାରଣ ଦୃଷ୍ଟି ଆକର୍ଷଣ କରାଯାଇଛି […]