ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଗତ ସାତଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ନାଟ୍ୟମେଳାର ଅନ୍ତିମ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ସାମାଜିକ ଓ ପାରିବାରିକ ସମସ୍ୟା ଭିତ୍ତିକ ନାଟକ ‘ଶୁଖିଲା ସମୁଦ୍ର’ । ଅଳ୍ପ ଦରମା ପାଉଥିବା ଏକ ନିମ୍ନ ମଧ୍ୟବିତ୍ତ ପରିବାରର ମଣିଷଟିଏ ପରିବାର ଭରଣ ପୋଷଣ ପାଇଁ ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛି । ପରିବାରର ପୁଅଝିଅ ବଡ଼ ହୋଇ ଉଚ୍ଚ ଶିକ୍ଷିତ ହେଲା ପରେ ବେକାର ରହିବା ସ୍ଥିତିକୁ ଆହୁରି ଭୟାନକ କରିଛି । ସେଇ ପୁଅଝିଅ […]