ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଓଡ଼ିଆ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ଆନୁକୂଲ୍ୟରେ ଆୟୋଜିତ ହେଉଛି ଜିଲ୍ଲାର ସର୍ବବୃହତ୍ ସାରସ୍ୱତ ସମାବେଶ ତୃତୀୟ ନୟାଗଡ଼ ସାହିତ୍ୟ ଉତ୍ସବ। ଆଜି ଅପରାହ୍ଣରେ ସ୍ଥାନୀୟ ସିନ୍ଦୁରିଆ ବିଦ୍ୟାଳୟ ପ୍ରାଙ୍ଗଣରେ ଏ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଆସନ୍ତା ମାର୍ଚ୍ଚ ୩ ତାରିଖ ରବିବାର ଦିନ ଏହି ଉତ୍ସବ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି। ନବନିର୍ମିତ ବଲାଙ୍ଗି ବନ୍ଧ ପ୍ରମୋଦ ଉଦ୍ୟାନ ପରିସରରେ ଏହି ଉତ୍ସବ ଆୟୋଜିତ ହେବ ବୋଲି ବିଶିଷ୍ଟ ଲେଖକ […]