ନୟାଗଡ଼,(ଓଡ଼ିଶା ଦର୍ପଣ): ଅଦ୍ୟ ପୂର୍ବାହ୍ନ ୧୧ଘଟିକା ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସୁଧା ଦେବ ସିଂଙ୍କ ଅଧ୍ୟକ୍ଷତାରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉ ବିଜେଙ୍କ ମହାବାରୁଣୀ ସ୍ନାନ ନିମନ୍ତେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୬ ତାରିଖ ଦିନ ୧୨ଘଟିକା ସମୟରେ କଣ୍ଟିଲୋର ମହାନଦୀ ଘାଟରେ ପ୍ରଭୁ ଶ୍ରୀ ନୀଳମାଧବଙ୍କ ବାରୁଣୀ ସ୍ନାନ ଦେବ ନୀତି ଅନୁଷ୍ଠିତ ହେବ । ଏଥିରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଶ୍ରଦ୍ଧାଳୁ […]