ଉପମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ଠକେଇ

ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ନାଁ ନେଇ ଠକେଇ ଅଭିଯୋଗ । ପାଟଣାଗଡରେ ଠକକୁ ଅଟକ ରଖିଛି ପୁଲିସ ।ଏହି ଘଟଣାରେ ୨ ଜଣ ଯୁବକଙ୍କୁ ପାଟଣାଗଡ଼ ଥାନାରେ ଅଟକ ରଖିଛି ପୁଲିସ। ଅଭିଯୁକ୍ତମାନେ ସ୍ଥାନୀୟ ଅଞ୍ଚଳର ଯୁବକମାନଙ୍କୁ ଚାକିରୀ କରାଇ ଦେବେ କହି ସେମାନଙ୍କଠୁ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।ଅଭିଯୋଗ ପରେ ପୁଲିସ ଉଭୟଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ଅଟକ ଥିବା ଦୁଇ ଜଣ ପୂର୍ବରୁ ମଧ୍ୟ ବିଭିନ୍ନ ନେତାଙ୍କ ନାଁ ନେଇ ଲୋକଙ୍କ ଠାରୁ ଅନେକ ଟଙ୍କା ଠକି ନେଇଥିବା ସୂଚନା ମିଳିଛି।ଯୁବକମାନେ ବିଳାଇସାଥି ଗାଁର ବୁଦ୍ଧଦେବ ସାହୁ ଏବଂ ସାଲେପାଲି ଗାଁର ସୁଶୀଲ ରାଓ ବୋଲି ଜଣାପଡ଼ିଛି। 

ଅଧିକ ପଢନ୍ତୁ