UPI ପେମେଣ୍ଟ ଉପରେ GST ଲାଗିବ କି ନାହିଁ ! କଣ କହିଲେ କେନ୍ଦ୍ର ସରକାର

ଯଦି ଆପଣ ମଧ୍ୟ ସପିଂ ଏବଂ କାରବାର ପାଇଁ Google Pay, PhonePe, କିମ୍ବା Paytm ଭଳି UPI ବ୍ୟବହାର କରନ୍ତି ତେବେ ପେମେଣ୍ଟ ଉପରେ କୌଣସି GST ଲାଗିବ ନାହିଁ |ଅର୍ଥ ମନ୍ତ୍ରଣାଳୟର ଏହି ଘୋଷଣା କୋଟି କୋଟି ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି।ଗତ କିଛି ଦିନ ଧରି ଏକ ଦ୍ୱନ୍ଦ୍ୱ ଥିଲା ଯେ କର୍ନାଟକର ବେଙ୍ଗାଲୁରୁରେ ପ୍ରାୟ ୬,୦୦୦ ବ୍ୟବସାୟୀଙ୍କୁ ସେମାନଙ୍କର UPI କାରବାର ଆଧାରରେ GST ନୋଟିସ ପଠାଯାଇଥିଲା। ଏହି ଖବର ପରେ, ଦିଲ୍ଲୀ ପରି ଅନ୍ୟ ସହରର ଅନେକ ଦୋକାନୀ ମଧ୍ୟ UPI ମାଧ୍ୟମରେ ପେମେଣ୍ଟ ଗ୍ରହଣ କରିବାକୁ ସଂକୋଚ କରିବାକୁ ଲାଗିଲେ। ସାଧାରଣ ଲୋକ ଏବଂ ବ୍ୟବସାୟୀଙ୍କ ମନରେ ଏକ ଭୟ ଥିଲା ଯେ ହୁଏତ ସରକାର ଏବେ UPI ପେମେଣ୍ଟ ଉପରେ ମଧ୍ୟ ଟିକସ ଲାଗୁ କରିବାକୁ ଯାଉଛନ୍ତି। ତେବେ ୨୨ ଜୁଲାଇରେ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ରାଜ୍ୟସଭାରେ କହିଥିଲେ ଯେ UPI କାରବାର ଉପରେ GST ଲାଗୁ କରିବାର ସରକାରଙ୍କ କୌଣସି ଉଦ୍ଦେଶ୍ୟ ନାହିଁ।

ଅଧିକ ପଢନ୍ତୁ

Odisha Darpan Digital