ୟୁପିଏସସି ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି । ଅନୁଜ ଅଗ୍ନିହୋତ୍ରୀ ଅଲ୍ ଇଣ୍ଡିଆ ଟପ୍ପର ହୋଇଛନ୍ତି । ଦ୍ୱିତୀୟରେ ରାଜେଶ୍ୱରୀ ସୁଭେ ଏମ୍, ତୃତୀୟରେ ଆକାଂଶ ଧୂଲ, ଚତୁର୍ଥରେ ରାଘବ ଝୁନଝୁନୱାଲା ରହିଥିବା ବେଳେ ପଞ୍ଚମରେ ଇସାନ ଭଟ୍ଟନାଗର ରହିଛନ୍ତି । ଚଳିତ ବର୍ଷ ମୋଟ ୯୫୮ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କୁ ଭାରତୀୟ ପ୍ରଶାସନିକ ସେବା (IAS), ଭାରତୀୟ ବୈଦେଶିକ ସେବା (IFS), ଭାରତୀୟ ପୋଲିସ ସେବା (IPS) ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ସେବା ପାଇଁ ମନୋନୀତ କରାଯାଇଛି । ମୁଖ୍ୟ ପରୀକ୍ଷା ପରେ, ୨,୭୩୬ ଜଣ ଛାତ୍ରଛାତ୍ରୀଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା । ୧୦୦ତମ ସ୍ଥାନରେ ଓଡ଼ିଶାର ସାତ୍ତ୍ୱିକ ସତ୍ୟକାମ ଦେବତା ରହିଛନ୍ତି । ସେହିପରି ୧୨୧ତମ ସ୍ଥାନରେ ଓଡ଼ିଶାର ଅମ୍ରିତ ମହାପାତ୍ର ସଫଳତା ହାସଲ କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ UPSC ପରୀକ୍ଷା ପାଇଁ ସାକ୍ଷାତକାର ଜାନୁଆରୀ ୫ ତାରିଖରେ ଆରମ୍ଭ ହୋଇଥିଲା ଏବଂ ଫେବୃଆରୀ ୨୭ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଫଳାଫଳ ଘୋଷଣା ହେବାର ୧୫ ଦିନ ମଧ୍ୟରେ ମାର୍କ UPSC ୱେବସାଇଟରେ ଅପଲୋଡ୍ କରାଯିବ । ଭାରତୀୟ ପ୍ରଶାସନିକ ସେବା (IAS) ପାଇଁ ୧୮୦ ଜଣ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି । ପରୀକ୍ଷାର୍ଥୀମାନେ ୟୁପିଏସସିର ଅଫିସିଆଲ ୱେସାଇଟ୍ ପରୀକ୍ଷାର୍ଥୀମାନେ ୟୁପିଏସସିର ଅଫିସିଆଲ୍ upsc.gov.in ଏବଂ upsconline.nic.inରେ ସେମାନଙ୍କ ରେଜଲ୍ଟ ଦେଖିପାରିବେ ।
ମେ ୨୫ରେ ପ୍ରିଲିମ ପରକ୍ଷୀ ହୋଇଥିଲା । ମୁଖ୍ୟପରୀକ୍ଷା ୨୨ ଅଗଷ୍ଟରୁ ୩୧ ଅଗଷ୍ଟ, ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ପରୀକ୍ଷାର ଅନ୍ତିମ ପର୍ଯ୍ୟାୟ ବା ସାକ୍ଷାତକାର, ୨୭ ଫେବୃଆରୀ, ୨୦୨୬ ରେ ଶେଷ ହୋଇଥିଲା । ୯୫୮ ଆଶାୟୀ ପାସ୍ ହୋଇଛନ୍ତି |
