ଭାରତ ପାକିସ୍ତାନ ମଧ୍ୟରେ ଦିନକୁ ଦିନ ଉତ୍ତେଜନା ବଢିବାର ଲାଗିଛି । ପ୍ରତ୍ୟେକ ମୁହୂର୍ତ୍ତରେ ଅନେକ ନୂଆ ନୂଆ ତଥ୍ୟ ଆସିବାର ଲାଗିଛି । ଯାହାକୁ ନେଇ ଦେଶରେ ହାଇ ଆର୍ଲଟ ଜାରି ହୋଇଛି | ଯଦି ଉଭୟ ଦେଶ ମଧ୍ୟରେ ଯଦି ଏପରି ଉତ୍ତେଜନା ଲାଗି ରହେ, ଓଡିଶାରେ ଅତ୍ୟାବଶ୍ୟକ ରାସନ ସାମଗ୍ରୀର ସ୍ଥିତି କେମିତି ରହିବ । ଏହା ସାଧାରଣ ଖାଉଟିଙ୍କ ଉପରେ ପ୍ରଭାବ ପକାଇବ କି ! ମାଲଗୋଦାମରେ ଅତ୍ୟାବଶ୍ୟକ ଗ୍ରସୋରି ସାମଗ୍ରୀ କିଣିବା ପାଇଁ ଲାଇନ ଲଗାଇଲେଣି ବ୍ୟବସାୟୀ ଓ ଖାଉଟି ।ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଡାଲି, ଚାଉଳ, ଚିନି, ତେଲ ଆଦି ସାମଗ୍ରୀ ଗୁଡିକର ହଠାତ୍ ଚାହିଦା ଦେଖିବାକୁ ମିଳିଛି ।କିଛି କିଛି ବ୍ୟବସାୟୀ ଆଉ ଖାଉଟିମାନେ ଏସବୁ ସାମଗ୍ରୀ ମହଜୁତ କରିବା ପାଇଁ ଲାଗି ପଡିଲେଣି ।ବିଶେଷକରି ଯେଉଁମାନେ ଏକ ଲିଟର ଖାଇବା ତେଲ ନେଉଥିଲେ ସେମାନେ ୬ ଲିଟର ଆଉ କିଏ ୧୦ ଲିଟର ଏପରି ନେଉଛନ୍ତି । ତେବେ “ମାଲଗୋଦାମରେ ଯେତିକି ସାମଗ୍ରୀ ମହଜୁତ ରହିଛି, ତାହା ଅତି କମରେ ଦେଢ଼ ମାସରୁ ଦୁଇ ମାସ ପର୍ଯ୍ୟନ୍ତ ଚାଲିବ । ସେହିପରି ଦର ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ନାହିଁ ବରଂ ଦର ପୂର୍ବଭଳି ସ୍ଥିର ରହିଛି । ସେହିପରି ସେ ମଧ୍ୟ ଦେଶର ଅନେକ ମଣ୍ଡି ସହ ଆଲୋଚନା କରାଯାଇଛି ।ଏପର୍ଯ୍ୟନ୍ତ ସେହିପରି ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ନାହିଁ ।”
