ଦଳରେ ଅସନ୍ତୋଷ ପରେ ଏବେ ୟୁ ଟର୍ଣ୍ଣ ମାରିଛି କଂଗ୍ରେସ। ବିଜେଡି ସହ ସମ୍ପର୍କ କୁ ନେଇ ସ୍ପଷ୍ଟ କରିଛନ୍ତି ପିସିସି ସଭାପତି ଭକ୍ତ ଦାସ। ଜିଲ୍ଲାପରିଷଦ ,ପଞ୍ଚାୟତ, ମୁନିସିପାଲଟି ନିର୍ବାଚନରେ ନିଜ ଦମରେ କଂଗ୍ରେସ ଏକାକୀ ଲଢ଼ିବ ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ମୁଖିଆ।ତେବେ କଂଗ୍ରେସ ଓ ବିଜେଡି ମଧ୍ୟରେ ଆଗାମୀ ଦିନରେ ନିର୍ବାଚନୀ ମେଣ୍ଟର ନିଷ୍ପତ୍ତି ହାଇକମାଣ୍ଡ ନେବେ ବୋଲି କହିଥିଲେ ଭକ୍ତ। କେବଳ ଭକ୍ତ ନୁହଁନ୍ତି ବରଂ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ମଧ୍ୟ ଭକ୍ତଙ୍କ ଏହି ବୟାନକୁ ଗ୍ରହଣ କରିଥିଲେ ଏବଂ କହିଥିଲେ ଯେ,’ ସବୁ କ୍ଷେତ୍ରରେ ସମ୍ଭାବନା ରହିଛି, ଯଦି ପିସିସି ସଭାପତି ଏପରି କିଛି କହିଛନ୍ତି ତାହାହେଲେ କିଛି ଅନୁଧ୍ୟାନ କରି କହିଥିବେ।ତେବେ କଂଗ୍ରେସ ଓ ବିଜେଡି ମଧ୍ୟରେ ଆଗାମୀ ଦିନରେ ନିର୍ବାଚନୀ ମେଣ୍ଟର ନିଷ୍ପତ୍ତି ହାଇକମାଣ୍ଡ ନେବେ ବୋଲି କହିଥିଲେ ଭକ୍ତ। କେବଳ ଭକ୍ତ ନୁହଁନ୍ତି ବରଂ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ମଧ୍ୟ ଭକ୍ତଙ୍କ ଏହି ବୟାନକୁ ଗ୍ରହଣ କରିଥିଲେ ଏବଂ କହିଥିଲେ ଯେ,’ ସବୁ କ୍ଷେତ୍ରରେ ସମ୍ଭାବନା ରହିଛି, ଯଦି ପିସିସି ସଭାପତି ଏପରି କିଛି କହିଛନ୍ତି ତାହାହେଲେ କିଛି ଅନୁଧ୍ୟାନ କରି କହିଥିବେ।
