ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଫସିବାକୁ ଯାଉଛନ୍ତି ପତ୍ନୀ ବିଦ୍ୟାଭାରତୀ ପଣ୍ଡା । ଆତ୍ମସମର୍ପଣ ପରେ ଗିରଫ ହୋଇ ପାରନ୍ତି ବିଦ୍ୟାଭାରତୀ । ପାରଳାଖେମୁଣ୍ଡି SDJM କୋର୍ଟରେ କଲେ ଆତ୍ମସମର୍ପଣ । ହାଇକୋର୍ଟରେ ଜାମିନ ଆବେଦନ ଖାରଜ ପରେ ଆତ୍ମସମର୍ପଣ କରିଛନ୍ତି ।ତେବେ ନିମ୍ନ ଅଦାଲତରେ ହଜାର ହେବାଲାଗି ହାଇକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ଶୁକ୍ରବାର ତାର ମିଆଦ ପୁରି ଯାଇଛି । ଏଣେ ବିଦ୍ୟାଭାରତୀ ସମ୍ଭାବ୍ୟ ଗିରଫଦାରୀ ଏଡାଇବା ଲାଗି ଯେଉଁ ଆଗୁଆ ଜାମିନ ଆବେଦନ କରିଥିଲେ ତାହା ମଧ୍ୟ ଖାରଜ ହୋଇଛି ।୨୦୨୧ ଜୁଲାଇ ମାସର ଏହି ସେନସେସନାଲ୍ ମାମଲାରେ ବିଦ୍ୟାଭାରତୀଙ୍କ ଗିରଫଦାରୀ ଏଡ଼ାଇବା ପାଇଁ ଦୀର୍ଘ ଦିନ ଧରି ଚେଷ୍ଟା ଚାଲିଥିଲା । ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କର ସ୍ପେଶାଲ ଲିଭ୍ ପିଟିସନକୁ ଖାରଜ କରିଦେବା ପରେ ସେ ଓଡ଼ିଶା ହାଇକୋର୍ଟରେ ଅଗ୍ରିମ ଜାମିନ ଆବେଦନ କରିଥିଲେ । ତେବେ ଜଷ୍ଟିସ ବୀରଭଦ୍ର ନରସିଂହଙ୍କ ଏକକ ଖଣ୍ଡପୀଠ ତାଙ୍କର ଏହି ଆବେଦନକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରି ନିମ୍ନ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ଗିରଫ ଭୟରେ ଥିବା ବିଦ୍ୟାଭାରତୀ ଆଜି ପାରଳାଖେମୁଣ୍ଡି SDJM କୋର୍ଟରେ ନିଜକୁ ସରେଣ୍ଡର କରିଛନ୍ତି ।
