ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଦିଘାରେ ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିର ଆସନ୍ତା 30 ତାରିଖ ଅକ୍ଷୟ ତୃତୀୟାରେ ଉଦଘାଟନ ହେବ। ଏହି କାର୍ଯ୍ୟକ୍ରମରେ ପୁରୀ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ପକ୍ଷରୁ ଅବଢ଼ା ଓ ଶୁଖିଲା ମହାପ୍ରସାଦ ପ୍ରସ୍ତୁତକାରୀଙ୍କ ଏକ ନିର୍ଦ୍ଦେଶ ଜାରି ହୋଇଛି। ଯେଉଁଥିରେ କୁହାଯାଇଛି ଯେ ଦିଘାରେ ପ୍ରତିଷ୍ଠା ହେବାକୁ ଯାଉଥିବା ଶ୍ରୀଜଗନ୍ନାଥ ମନ୍ଦିରର ଉଦ୍ଘାଟନ ଉତ୍ସବରେ କେହି ସେବକ ରହିବେନି । ନଚେତ ରୋଷ ଓ ନିଯୋଗରୁ କରାଯିବ ବାସନ୍ଦ । ସବୁଦିନ ପାଇଁ କରାଯିବ ନିଲମ୍ବିତ । ଶ୍ରୀମନ୍ଦିର ଚାରିଦ୍ଵାର ସମେତ ଶ୍ରୀମନ୍ଦିର ପରିସରରେ ଥିବା ରୋଷ ଘର ସମ୍ମୁଖରେ ସୁଆର ମହାସୁଆର ନିଯୋଗ ପକ୍ଷରୁ ଲଗାଯାଇଛି ନିର୍ଦ୍ଦେଶନାମା। ସୁଆର ମହାସୁଆର ନିଯୋଗର ସଭ୍ୟ ଓ ରୋଷ ସମ୍ପୃକ୍ତ କର୍ମଚାରୀଙ୍କ ପାଇଁ ଏହି ନିର୍ଦ୍ଦେଶନାମା ଲଗାଯାଇଛି।
