ଆଉ ୮ ସହରରେ ଗଡ଼ିବ ‘ଆମ ବସ୍’ ,ଜାଣନ୍ତୁ କେଉଁ କେଉଁ ସହରର ରହିଛି ନାଁ

ରାଜ୍ୟ ସରକାର ଆଉ ୮ ସହରରେ ‘ଆମ ବସ୍’ ଗଡ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ଅନୁଗୁଳ, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର, ବାରିପଦା, ଜୟପୁର, ବାଲେଶ୍ୱର ଏବଂ ରାୟଗଡ଼ା ସହରର ଲୋକଙ୍କୁ ଏହି ବସ୍ ସେବା ଯୋଗାଇ ଦିଆଯିବ ବୋଲି କ୍ରୁଟର ଗୁରୁତ୍ୱପୂର୍ଣ୍ଣ ବୋର୍ଡ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପ୍ରତ୍ୟେକ ସହରରେ ପାସ ବ୍ୟବସ୍ଥା କରାଯିବ। ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା କ୍ୟାପ୍ଟେନ, ଗାଇଡ୍‌କୁ ମିଳିବ ସ୍ବୀକୃତି ଏବଂ ସମ୍ମାନ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଦ୍ରୁତ ଗାଡ଼ିଚାଳନା ଉପରେ ଅଙ୍କୁଶ ଲଗାଯାଇଛି । ଇଲେକ୍ଟି୍ର ବସର ବେଗ ଘଣ୍ଟା ପ୍ରତି ୩୫ କିଲୋମିଟର ରଖାଯାଇଥିବା ବେଳେ ଡିଜେଲ ବସର ଘଣ୍ଟା ପ୍ରତି ବେଗ ୪୦ କିଲୋମିଟର ରଖାଯାଇଛି । ଏଥିରେ ଯାତ୍ରୀମାନଙ୍କ ପ୍ରତି ଉତ୍ତମ ସୁରକ୍ଷା ଏବଂ ଗୁଣବତ୍ତା ସେବା ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସହିତ କ୍ରୁଟ୍‌ର କାର୍ଯ୍ୟକଳାପ ଉପରେ ବିସ୍ତୃତ ଆଲୋଚନା ଏବଂ ସମୀକ୍ଷା ହୋଇଛି।

ଅଧିକ ପଢନ୍ତୁ

kc ads