ମେଟ୍ରୋକୁ ନେଇ ମେୟର ଓ ମନ୍ତ୍ରୀ ମୁହାଁମୁହିଁ | ମେଟ୍ରୋ ବନ୍ଦ ହୋଇନାହିଁ କହିଲେ ମନ୍ତ୍ରୀ

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ନେଇ ମୁହାଁମୁହିଁ ହୋଇଛନ୍ତି ମେୟର ସୁଲୋଚନା ଦାସ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ନେସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌ରେ ମେଟ୍ରୋ ପ୍ରସଙ୍ଗ ଉଠାଇ ସରକାରଙ୍କୁ ପ୍ରଶ୍ନ କରିଥିଲେ ମେୟର। ଏହାର ଜବାବ ରଖି ମେଟ୍ରୋ ପ୍ରକଳ୍ପ ବନ୍ଦ ହୋଇନାହିଁ, ବରଂ ସ୍ଥଗିତ ରହିଥିବା କହିଛନ୍ତି ମନ୍ତ୍ରୀ ।ମେୟର ସୁଲୋଚନା ଦାସ କହିଥିଲେ, ଭୁବନେଶ୍ୱର ଏକ ଯୋଜନାବଦ୍ଧ ସହର ହୋଇଥିଲେ ମଧ୍ୟ ଏହାର ବିକାଶ ଅଯୋଜିତ ଢଙ୍ଗରେ ହେଉଛି। ଫଳରେ ସହରରେ ଟ୍ରାଫିକ୍‌ ସମସ୍ୟା ଦିନକୁ ଦିନ ବଢ଼ୁଛି। ପୂର୍ବ ସରକାର ମେଟ୍ରୋ ପ୍ରକଳ୍ପର ପରିକଳ୍ପନା କରିବା ସହ କାମ ଆରମ୍ଭ କରିଥିଲେ। କିନ୍ତୁ ବର୍ତ୍ତମାନର ସରକାର ଏହାକୁ ବନ୍ଦ କରିଦେଇଥିବା ସେ ଅଭିଯୋଗ କରିଥିଲେ। ମେଟ୍ରୋ ବଦଳରେ ଏ ସରକାର ଫ୍ଲାଏଓଭର କରିବାକୁ ନିଷ୍ପତ୍ତି ନେଲେ। ଫ୍ଲାଏ ଓଭର ଦ୍ଵାରା କେତେ ଭିଡ କମିବ। କିନ୍ତୁ କାହିଁକି ଏ ନିଷ୍ପତ୍ତି ନିଆଗଲା ତାର ସ୍ପଷ୍ଟତା ଏବେ ଯାଏଁ ନାହିଁ । ମେଟ୍ରୋ ହୋଇଥିଲେ ଟ୍ରାଫିକ ସମସ୍ୟା ଦୂର ହୋଇଥାନ୍ତା ।

ସେପଟେ ଯାହାର ଜବାବରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ମେଟ୍ରୋ ବନ୍ଦ ହୋଇନାହିଁ। ବରଂ ସ୍ଥଗିତ ରହିଛି । ସହରର ଆବଶ୍ୟକତା ଦୃଷ୍ଟିରୁ ମେଟ୍ରୋକୁ ନେଇ ସର୍ଭେ ଚାଲୁଛି ।

ଅଧିକ ପଢନ୍ତୁ