ଆଜିଠାରୁ ମହଙ୍ଗା ହେଲା ୧୦୦୦ ରୁ ଅଧିକ ଔଷଧ

ଦେଶର କୋଟି କୋଟି ସାଧାରଣ ଲୋକଙ୍କ ପାଇଁ ଆସିଛି ଏକ ଖରାପ ଖବର । ଆଜି ଅର୍ଥାତ୍ ୧ ଏପ୍ରିଲରୁ ୯୦୦ ରୁ ଅଧିକ ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ୧.୭୪ ପ୍ରତିଶତ ବୃଦ୍ଧି ପାଇବ । ଏହା ସହିତ ସାଧାରଣ ଲୋକଙ୍କ ଔଷଧ ଖର୍ଚ୍ଚ ବୃଦ୍ଧି ପାଇବ ଏବଂ ସଞ୍ଚୟ ହ୍ରାସ ପାଇବ । ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ (NPPA) ଏହି ସମସ୍ତ ୯୦୦ରୁ ଅଧିକ ଅତ୍ୟାବଶ୍ୟକ ଔଷଧର ମୂଲ୍ୟରେ ୧.୭୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରିଛି। ବର୍ଦ୍ଧିତ ମୂଲ୍ୟ ସହିତ ଏହି ଔଷଧ ତାଲିକାରେ ଗୁରୁତର ସଂକ୍ରମଣ, ହୃଦରୋଗ, ମଧୁମେହ ଇତ୍ୟାଦି ରୋଗର ଔଷଧ ଅନ୍ତର୍ଭୁକ୍ତ।ସରକାରଙ୍କ ଏହି ନିର୍ଦ୍ଦେଶ ପରେ, ଆଣ୍ଟିବାୟୋଟିକ୍ ଆଜିଥ୍ରୋମାଇସିନର ମୂଲ୍ୟ ପ୍ରତି ଟାବଲେଟ୍ ପିଛା ୧୧.୮୭ ଟଙ୍କା (୨୫୦ ମିଲିଗ୍ରାମ) ଏବଂ ୨୩.୯୮ ଟଙ୍କା (୫୦୦ ମିଲିଗ୍ରାମ) ହେବ ।

ଆମୋକ୍ସିସିଲିନ୍ ଏବଂ କ୍ଲାଭ୍ୟୁଲାନିକ୍ ଏସିଡ୍ ଫର୍ମୁଲେସନ୍ ସହିତ ଆଣ୍ଟିବ୍ୟାକ୍ଟେରିଆଲ୍ ଡ୍ରାଏ ସିରପ୍ ର ମୂଲ୍ୟ ମିଲିଗ୍ରାମ ପିଛା ୨.୦୯ ଟଙ୍କା ହେବ । ଆସାଇକ୍ଲୋଭିର ଭଳି ଆଣ୍ଟିଭାଇରାଲ୍ର ମୂଲ୍ୟ ଟାବଲେଟର ପିଛା ୭.୭୪ ଟଙ୍କା (୨୦୦ ମିଲିଗ୍ରାମ) ଏବଂ ୧୩.୯୦ ଟଙ୍କା (୪୦୦ ମିଲିଗ୍ରାମ) ହେବ । ସେହିପରି, ମ୍ୟାଲେରିଆ ଚିକିତ୍ସା ପାଇଁ ବ୍ୟବହୃତ ହାଇଡ୍ରୋକ୍ସାଇକ୍ଲୋରୋକ୍ୱିନର ମୂଲ୍ୟ ଟାବଲେଟ ପିଛା ୬.୪୭ ଟଙ୍କା (୨୦୦ ମିଲିଗ୍ରାମ) ଏବଂ ୧୪.୦୪ ଟଙ୍କା (୪୦୦ ମିଲିଗ୍ରାମ) ହେବ ।

ଅଧିକ ପଢନ୍ତୁ

Odisha Darpan Digital