ଆଜି ମହା ଆଡମ୍ବର ସହକାରେ ଆର୍ଟ ଅଫ ଗିଭିଙ୍ଗ ର 12 ତମ ଆନ୍ତଃର୍ଜାତୀକ ଦିବସ

ଆଜି ମହା ଆଡମ୍ବର ସହକାରେ ଆର୍ଟ ଅଫ ଗିଭିଙ୍ଗ ର 12 ତମ ଆନ୍ତଃର୍ଜାତୀକ ଦିବସ ରାୟଗଡା ସହରରେ ଉତ୍ସାହ ଓ ଉଦ୍ଦିପନା ର ସହିତ ପାଳନ କରାଯାଇଛି ଏହି ଅବସରରେ ସମାଜରେ ଶାନ୍ତି ଓ ଆନନ୍ଦ ବିସ୍ତାର କରିବା ର ଏକ ସୁନ୍ଦର ଦର୍ଶନ କୁ ପ୍ରତ୍ସୋହିତ କରାଯାଇଥିଲା .2013 ମସିହାରେ ଆରମ୍ଭ ହୋଇଥିବା ଏହି କର୍ ମାଧ୍ୟମରେ ସମାଜରେ ଦୟା , ସେବା ଓ ନିଃସ୍ବାର୍ଥପର ଦାନ ର ମହତ୍ବ କୁ ସମସ୍ତଙ୍କ ନିକଟରେ ପହଞ୍ଚେଇବାକୁ ଚେଷ୍ଟା କରାଯାଇଛି । ରାୟଗଡା ବ୍ଳକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମର ସଂଯୋଜକ ରାୟଗଡା କଳିଙ୍ଗ ଟିଭି ବ୍ୟୁରୋହେଡ ଅମୂଲ୍ୟ ରତ୍ନ ସାହୁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ରାୟଗଡା ଅତିରିକ୍ତ ଜିଲ୍ଲାପାଳ ନିହାର ରଂଜନ କହଁର ଯୋଗଦେଇ ଆର୍ଟ ଅଫ ଗିଭିଙ୍ଗ ର ମହତ୍ବ ଏବଂ ଏହାକୁ ଆଗକୁ ନେବାରେ କିସ୍ , କିଟ ଓ କିମସ ର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କ ନିରବଛିନ୍ନ ଉଦ୍ୟମ ଓ ବଦାନ୍ୟତା ନେଇ ଉଦବୋଧନ ଦେଇଥିଲେ । କିସ ଅବିଭାବକ ସଂଘ ର ସଭାପତି ମାଝି ପିଡିକାକା ସମ୍ମାନୀତ ଅତିଥି , ଅନ୍ୟତମ ଅତିଥି ଭାବେ ବୁଡୁ କୋଣ୍ଡାଗିରି ମଞ୍ଚାସୀନ ହୋଇଥିଲେ । ଏହି ଅବସରରେ ମୂଖ୍ୟ ଅତିଥି ରାୟଗଡା ଅତିରିକ୍ତ ଜିଲ୍ଲାପାଳ ନିହାର ରଂଜନ କହଁର ଓ ଉତ୍କଳ ଆଲୁମିନାର ମାନବସମ୍ବଲ ବିକାଶ ର ସାଧାରଣ ପରକିଚାଳକ ପିତାମ୍ବର ବେହେରା ଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା । ଡଃ ଅଚ୍ୟୁତ ସାମନ୍ତଙ୍କ ଦ୍ବାରା ଲିଖିତ ପୁସ୍ତକ ଆର୍ଟ ଅଫ ଗିଭିଙ୍ଗର ଶୁଭ ଉଦ୍ମୋଚନ ମଧ୍ୟ କରାଯାଇଥିଲା । ଏହି ଅବସରରେ ରାୟଗଡା ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିସରରେ ହେଉଥିବା ଏନ୍.ସି.ସି କ୍ୟାମ୍ପରେ ଆର୍ଟ ଅଫ୍ ଗିଭିଙ୍ଗର ବାର୍ତା ପହଞ୍ଚେଇବା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହ ସହ ଏନ୍.ସି.ସି ର ଛାତ୍ରୀ ମାନେ ଉପସ୍ତିତ ରହି ଜଣେ ଅନ୍ୟକୁ ସହାୟତା ଦେବାର କଳା କୁ କିଭଳି ଡଃ ଅଚ୍ୟୁତ ସାମନ୍ତ ସମଗ୍ର ବିଶ୍ବରେ ପରିବ୍ୟାପ୍ତ କରିଛନ୍ତି ସେଥିନେଇ ଆଲୋଚନା କରିଥିଲେ । ଏନ୍.ସି.ସି ର କ୍ୟାପଟେନ ରୀତାରାଣୀ ମିଶ୍ର ଏହି ସମସ୍ତ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ।ସେହିଭଳି ସେବା ସମାଜ ବାଳିକା ଅନାଥ ଆଶ୍ରମ ପରିସରରେ ଅନୁଷ୍ଠିତ ମଧ୍ୟ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସେବା ସମାଜ ବାଳିକା ଅନାଥ ଆଶ୍ରମ ପରିସରରେ ଉପସ୍ଥିତ ଛାତ୍ରି ମାନଙ୍କୁ ନେଇ ଏକ ସଚେତନତା କାର୍ୟ୍କରମ କରାଯାଇଥିଲା । ଉପସ୍ଥିତ ଛାତ୍ରାମାନଙ୍କୁ କିସ ଅନୁଷ୍ଠାର ପୂର୍ବତନ ଛାତ୍ରୀ ଅମରାବତି ଉଲାକା , କଲ୍ୟାଣସିଂପୁର ବ୍ଳକର କନିଷ୍ଠ ଯନ୍ତ୍ରୀ ପତି ଗିରିଜା ସଙ୍କର ପତି ଓ ଖଲଇଙ୍ଗ ଟିଭିର ବ୍ୟୁରୋହେଡ ଙ୍କ ତରଫରୁ ଅନୁଷ୍ଠାର ଅନ୍ତେବାସୀ ଙ୍କୁ ଉପହାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଉପସ୍ଥିତ ଛାତ୍ରୀମାନଙ୍କୁ କିସ୍ ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କ ଚିନ୍ତାଧାରା , ଆଦର୍ଶ ଓ ସେବା ମନୋଭାବରେ ଉପତସ୍ଥିତ ଛାତ୍ରୀମାନେ କିଭଳି ପ୍ରେରଣା ପାଇବେ ସେଥିନେଇ ଆଲୋଚନା ହୋଇଥିଲା । ଏହି କାର୍ୟକ୍ରମରେ ରାଜେସ୍ବରୀ ଦଳାଇ , ଦିପ୍ତିମୟୀ ପ୍ରଧାନ ଓ ସବିତା ଶବରର ସହଯୋଗ କରିଥିଲେ । କିସ ଅନୁଷ୍ଠାନର ଜିଲା ସଂଯୋଜକ ରୋନୀତ ସବର ସମସ୍ଥ କାର୍ୟ୍ୟକ୍ରମ କୁ ପରିଚାଳନା କରିବା ସହିତ ଉପସ୍ତିତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଅଧିକ ପଢନ୍ତୁ

kc ads