ବିଜେପି ଚାହିଁଲା ବିଲ୍ ପାସ୍ ନହେଉ-ଅରୁଣ ସାହୁ

ବିଜେଡିର ଇଣ୍ଡି ମେଣ୍ଟ ସହ ହୋଇଛି ଅଘୋଷିତ ବୁଝାମଣା । ମହିଳା ସଂରକ୍ଷଣ ବିଲ କାଟ ଖାଇବା ପ୍ରସଙ୍ଗରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ପ୍ରତିକ୍ରିୟା ରଖି କହିଛନ୍ତି, ଆଗରୁ ବିଜେପିକୁ ସମର୍ଥନ କରୁଥିଲେ, ଏବେ ଇଣ୍ଡି ମେଣ୍ଟକୁ ସମର୍ଥିନ । ଏହା ଦ୍ୱାରା ବିଜେପିର କିଛି ଅସୁବିଧା ହେବନି କହିଲେ ପ୍ରଦୀପ ବଳସାମନ୍ତ । ଅନ୍ୟପଟେ ବିଲ୍ କାଟ୍ ଖାଇବା ନେଇ ବିଜେପି ଉପରେ ପାଲଟା ଦୋଷ ଲଦିଲା ବିଜେଡି । ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ବିଜେପି ଚାହିଁଲା ବିଲ୍ ପାସ୍ ନହେଉ । ପ୍ରଧାନମନ୍ତ୍ରୀ କହିଲେ ପାସ ହେଲେ କେହି କ୍ରେଡିଟ୍ ନେବେ ନାହିଁ କିନ୍ତୁ ପାସ୍ ନହେଲେ ଆମେ ଫାଇଦା ନେବୁ । ତେଣୁ ବିଜେପି ଜାଣିଶୁଣି ବିଲ୍‌କୁ କାଟ୍ ଖାଇଲା । ପାସ୍ ନକରି ରାଜନୈତିକ ଫାଇଦା ନେବା ଉଦ୍ଦେଶ୍ୟ ଥିଲା । ବିଲ୍ କାଟ୍ ଖାଇବାର ୫ ଘଣ୍ଟା ଭିତରେ ସବୁଠି ଆନ୍ଦୋଳନ ହେଲା । ଏହା ସୁଚିନ୍ତିତ ଯୋଜନା ଥିଲା ବିଜେପିର ।ସୂଚନାମୁତାନବକ ମହିଳା ସଂରକ୍ଷଣକୁ ତ୍ୱରାନ୍ୱିତ କରିବା ପାଇଁ ନୂତନ ଜନଗଣନା ବିନା ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଶେଷ କରିବାକୁ ଆସିଥିବା ସମ୍ବିଧାନ ସଂଶୋଧନ ବିଲ୍ ଲୋକସଭାରେ କାଟ୍ ଖାଇଛି । ସରକାରଙ୍କୁ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ନ ମିଳିବାରୁ ଏହି ବିଲ୍ ସଂସଦରେ ବିଫଳ ହୋଇଛି । ଯାହାକୁ ନେଇ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି ।

ଅଧିକ ପଢନ୍ତୁ