ଭାରତୀୟ ମହାକଶ ଅନୁସନ୍ଧାନ ସଂଗଠନର ପୂର୍ବତନ ଅଧ୍ୟକ୍ଷ କେ.କସ୍ତୁରୀରଙ୍ଗନଙ୍କ ପରଲୋକ ହୋଇଛି । ଶୁକ୍ରବାର ବେଙ୍ଗାଲୁରରେ ୮୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରବିବାର ଦିନ ତାଙ୍କ ଅନ୍ତିମ ସଂସ୍କାର କରାଯିବ । ତାଙ୍କ ମୃତଦେହକୁ ରମନ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ତାଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ ପାଇଁ ରଖାଯିବ ।
କସ୍ତୁରୀରଙ୍ଗନ ଦୀର୍ଘ ସମୟ ଧରି ଇସ୍ରୋ ମୁଖ୍ୟ ଭାବେ କାର୍ଯ୍ୟରତ ଥିଲେ । ୧୦ ବର୍ଷ ଯାଏଁ ଇସ୍ରୋର ଚେୟାରମ୍ୟାନ ଥିଲେ । ଏହାଛଡା ସରକାରୀ ନୀତିର ଫର୍ମୁଲେସନରେ ମଧ୍ୟ ଯୋଗଦାନ ଥିଲା ।ଇସ୍ରୋର ପୂର୍ବତନ ଅଧ୍ୟକ୍ଷଙ୍କ ଜନ୍ମ ୧୯୪୦ ଅକ୍ଟୋବର ୨୪ରେ କେରଳର ଏର୍ନାକୁଲମରେ ସି.ଏମ.କୃଷ୍ଣାସ୍ୱାମୀ ଅୟର ଓ ବିଶାଲକ୍ଷ୍ମୀଙ୍କ ଘରେ ହୋଇଥିଲା । ୨୦୦୩ରେ ଅବସର ନେବା ପୂର୍ବରୁ ସେ ୯ ବର୍ଷ ଯାଏ ଇସ୍ରୋ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ଅନୁକରଣୀୟ କାର୍ଯ୍ୟ ପାଇଁ ୨୦୦୦ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମ ବିଭୂଷଣରେ ସମ୍ମାନିତ କରିଥିଲେ ।