ରତ୍ନଭଣ୍ଡାରକୁ ନେଇ ବବିଙ୍କ ପୋଷ୍ଟ ଉପରେ ଆଇନ ମନ୍ତ୍ରୀ କଡା ପ୍ରତିକ୍ରିୟା

ରତ୍ନଭଣ୍ଡାର ପ୍ରସଙ୍ଗରେ ଆରମ୍ଭ ହୋଇଛି ବାକ୍ ବିତର୍କ । ଶାସକ ଏବଂ ବିରୋଧୀ ଏବେ ମୁହାଁମୁହିଁ । ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସଙ୍କ ପୋଷ୍ଟର ଜବାବ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ।ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ଚେଷ୍ଟା କରନି, ଗୋଟିଏ ଦିନରେ ଦୁଃସାହସ ଛଡାଇ ଦେବୁ । ଆମେ ଯଦି ପ୍ରଶ୍ନ ପଚାରିବୁ , ବିଜେଡି ନେତାଙ୍କୁ ପକ୍ଷଘାତ ହୋଇଯିବ । ଚାବି ହଜିବା କଥା ସତ୍ୟ , ଡୁପ୍ଲିକେଟ ଚାବିର ତାଲା ସହ କିଛି ସାମଞ୍ଜସ୍ୟ ନଥିଲା । ଚାବି ନଥିବା ଯୋଗୁଁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା କାଟିବାକୁ ପଡିଲା । ଯଦି ଚାବି ଥିଲା ବିଜେଡି ସରକାର ରତ୍ନଭଣ୍ଡାର ଖୋଲିଲା ନାହଇଁ କାହିଁକି, ରତ୍ନଭଣ୍ଡାରକୁ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରାଯାଇଥିବା ଲଖେିଥିଲେ ବବି ।

ଅଧିକ ପଢନ୍ତୁ