‘ଏକ୍ସ’ରେ ନାହିଁ କାର୍ତ୍ତିକ ପାଣ୍ଡିଆନଙ୍କ ଆକାଉଣ୍ଟ, ଇନଷ୍ଟାଗ୍ରାମରେ କଲେ ସ୍ପଷ୍ଟ

ଓଡିଶା ରାଜନୀତିର ଏକ ଚର୍ଚ୍ଚିତ ଚେହେରା ଭି.କେ.ପାଣ୍ଡିଆନ ରାଜନୀତିରୁ ଅବସର ନେଇଥିଲେ ମଧ୍ୟ ତାଙ୍କୁ ନେଇ ଅନେକ ସମୟରେ ଚର୍ଚ୍ଚା ଲାଗିରହିଥାଏ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଭି.କେ. ପାଣ୍ଡିଆନଙ୍କ ଆକାଉଣ୍ଟ ନାହିଁ । ଇନଷ୍ଟାଗ୍ରାମ ଷ୍ଟୋରୀରେ ପାଣ୍ଡିଆନ ନିଜେ ଏନେଇ ସ୍ପଷ୍ଟ କରିଛନ୍ତି । ସେ ଲେଖିଛନ୍ତି, ‘ଏକ୍ସ’ରେ ତାଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲାଯାଇଛି । ତାଙ୍କ ଫଟୋକୁ ବ୍ୟବହାର କରି ଫେକ୍ ଆକାଉଣ୍ଟ ଖୋଲାଯାଇଛି । ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି ଫେକ୍ ଆକାଉଣ୍ଟ କରାଯାଉଛି । ତାଙ୍କ ଫଟୋକୁ ମଧ୍ୟ ଅପବ୍ୟବହାର କରାଯାଉଥିବା ସେ କହିଛନ୍ତି ।

ସୂଚନାମୁତାବକ ବିଜେଡିର ପ୍ରତିଷ୍ଠା ଦିବସରେ ଏକ୍ସରେ କାର୍ତ୍ତିକ ପାଣ୍ଡିଆନ୍‌ ନାମକ ଆକାଉଣ୍ଟରୁ ଲେଖାଯାଇଥିଲା, ଭୁଲ ସମସ୍ତଙ୍କ ଜୀବନରେ ହୋଇଥାଏ,ଯଦି କାହାର କିଛି ଅସୁବିଧା, ସମସ୍ତ ଓଡ଼ିଶାବାସୀଙ୍କ ପାଖରେ କ୍ଷମା ପ୍ରାର୍ଥନା କରୁଛି। ଓଡ଼ିଶାରେ ଜନ୍ମ ହେବା ଯେତିକି ଜୁରୁରୀ ନୁହେ, ଓଡ଼ିଆ କହିବା, ଓଡିଶାବାସୀଙ୍କ ସୁଖ-ଦୁଃଖ ରେ ସାଥୀ ହେବା ସେତିକି ଆବଶ୍ୟକ। ଏହି ଟୁଇଟ୍‌ ଚାରିଆଡେ ଭାଇରାଲ ହୋଇଥିଲା।ବିଭିନ୍ନ ମହଲର୍ ଏ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଏହାପରେ ଭି.କେ. ପାଣ୍ଡିଆନ ଇନଷ୍ଟାଗ୍ରାମରେ ସ୍ପଷ୍ଟ କରିଛନ୍ତି ଯେ ଏକ୍ସରେ ତାଙ୍କ ଆକାଉଣ୍ଟ ନାହିଁ ।

ଅଧିକ ପଢନ୍ତୁ

Odisha Darpan Digital