ସଂସଦ ମୌସୁମୀ ଅଧିବେଶନ; ଲୋକସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ

ଗୁରୁବାର ଦିନ ସଂସଦର ମୌସୁମୀ ଅଧିବେଶନର ଶେଷ ଦିନ ଥିଲା । ବିରୋଧୀଙ୍କ ହଟ୍ଟଗୋଳ ଓ ନାରାବାଜି ମଧ୍ୟରେ ଶେଷ ହୋଇଛି ଲୋକସଭାର ସୌସୁମୀ ଅଧିବେଶନ। ଅଧିବେଶନର ଅନ୍ତିମ ଦିନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସାଂସଦଙ୍କ ପ୍ରତିବାଦ ଯୋଗୁଁ ଗୃହର କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିପାରିନଥିଲା। ଶେଷରେ ‘ବନ୍ଦେ ମାତରମ୍’ ଗାନ ପରେ ବାଚସ୍ପତି ଓମ୍ ବିର୍ଲା ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ।ସଂସଦର ମୌସୁମୀ ଅଧିବେଶନର ଆଜି ଶେଷ ଦିନ ଥିବାରୁ ସତ୍ତାପକ୍ଷ ଏବଂ ବିରୋଧୀ ଉଭୟ ପକ୍ଷରୁ ସଂସଦ ପରିସରରେ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଥିଲା । ପୂରା ଅଧିବେଶନ ସମୟରେ ସଂସଦ ଭିତରେ ଏବଂ ବାହାରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି ।ଅଧିବେଶନର ଅନ୍ତିମ ଦିନରେ ବାଚସ୍ପତି ଓମ୍ ବିର୍ଲା ଗୃହର ସୁଚାରୁ ପରିଚାଳନା ପାଇଁ ସମସ୍ତ ସଦସ୍ୟଙ୍କ ସହଯୋଗ ଲୋଡ଼ିଥିଲେ। ତେବେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସାଂସଦଙ୍କ ପ୍ରତିବାଦ ଓ ନାରାବାଜି ଜାରି ରହିଥିଲା। ଫଳରେ ଗୃହର କାର୍ଯ୍ୟ ସ୍ୱାଭାବିକ ହୋଇପାରିନଥିଲା।

ଅଧିକ ପଢନ୍ତୁ