ଏଣିକି ଭିନ୍ନ ଭିନ୍ନ ପେମେଣ୍ଟ ପାଇଁ ଦେବାକୁ ପଡିବ ସର୍ଭିସ୍ ଚାର୍ଜ

ଯଦି ଆପଣ ଫୋନ ପେ, ଗୁଗୁଲ ପେ ଏବଂ ପେଟିଏମ୍ ଇତ୍ୟାଦି ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ଏବେ ଏକ ବଡ଼ ଝଟକା ଲାଗିବାକୁ ଯାଉଛି। କିନ୍ତୁ ପୂର୍ବରୁ ସବୁ କମ୍ପାନୀ ୟୁପିଆଇ ଟ୍ରାଞ୍ଜାକସନ୍ ପାଇଁ କୌଣସି ଶୁଳ୍କ ନେଉନଥିଲେ । କିନ୍ତୁ ଏଣିକି ଭିନ୍ନ ଭନ୍ନ ଟ୍ରାଞ୍ଜାକସନ୍ ପାଇଁ ଦେୟ ଦେବାକୁ ପଡିପାରେ । ପୂର୍ବରୁ ୟୁପିଆଇ ଦ୍ୱାରା ମୋବାଇଲ୍ ରିଚାର୍ଜ ପାଇଁ ଶୁଳ୍କ ଦେବାକୁ ପଡୁନଥିଲା । ଏବେ କିନ୍ତୁ ମୋବାଇଲ୍ ରିଚାର୍ଜ ପାଇଁ ଶୁଳ୍କ ଦେବାକୁ ପଡୁଛି । ସେହିପରେ ବର୍ତ୍ତମାନ ଭିନ୍ନ ଭିନ୍ନ ପେମେଣ୍ଟ ଉପରେ ଶୁଳ୍କ ଦେବାକୁ ପଡିବ । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଆଧାରରେ, ଗୁଗୁଲ ପେ… ଇଲେକ୍ଟ୍ରିକ୍ ବିଲ୍ ପୈଠ ଉପରେ କନବିନିୟନ୍ସ ଫି ନେଇଛି । ଗ୍ରାହକଙ୍କଠୁ ୧୫ଟଙ୍କା ଶୁଳ୍କ ନେଇଛି ଗୁଗୁଲ-ପେ । ୟୁଜର୍ସ ଜଣକ କ୍ରେଡିଟ୍ କାର୍ଡର ସାହାଯ୍ୟ ନେଇ ଗୁଗୁଲ-ପେରୁ ବିଲ୍ ପୈଠ କରିଥିଲେ । ଯେଉଁଥିପାଇଁ ତାଙ୍କୁ ୧୫ଟଙ୍କା ଚାର୍ଜ ଦେବାକୁ ପଡିଛି, ଏଥିରେ ଜିଏସଟି ବି ସାମିଲ ରହିଛି । Google Pay ମାଧ୍ୟମରେ UPI କାରବାର ଉପରେ ଶୁଳ୍କ ବିଷୟରେ ବର୍ତ୍ତମାନ କୌଣସି ସୂଚନା ନାହିଁ, ବିଶ୍ୱସ୍ତରୀୟ ସେବା ସଂସ୍ଥା PwC ଅନୁଯାୟୀ, UPI କାରବାର ପ୍ରକ୍ରିୟାରେ ଅଂଶୀଦାରମାନଙ୍କୁ 0.25 ପ୍ରତିଶତ ଖର୍ଚ୍ଚ କରିବାକୁ ପଡିବ। ଏବେ ଦେଖାଯାଉଛି ଯେ ଏହି ଖର୍ଚ୍ଚଗୁଡ଼ିକୁ ପୂରଣ କରିବା ପାଇଁ, ଫିନଟେକ କମ୍ପାନୀଗୁଡ଼ିକ ନୂତନ ରାଜସୱ ମଡେଲ ଗ୍ରହଣ କରୁଛନ୍ତି। UPI କାରବାର ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମାଗଣା, ଅନେକ ଥର UPI ଉପରେ ଶୁଳ୍କ ଲାଗୁ କରିବାକୁ ଦାବି କରାଯାଇଛି କିନ୍ତୁ ଏପର୍ଯ୍ୟନ୍ତ ସରକାର ଏହାକୁ ମାଗଣା ରଖିଛନ୍ତି।

ଅଧିକ ପଢନ୍ତୁ