ରାୟଗଡ଼ା ତା ୦୧/୦୫ ରାୟଗଡାରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡକ ଯୋଜନା ୪ର୍ଥ ପର୍ଯ୍ଯାୟର ଶୁଭାରମ୍ଭ ହୋଇଛି। ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜସିଂ ଚୈହାନ୍ ଙ୍କ ଉପସ୍ଥିତି ରେ ଏହି ଯୋଜନା ଆରମ୍ଭ ହୋଇଛି। ଏହି ଯୋଜନାରେ ଓଡିଶାରେ 827ଟି ସଡକ ନିର୍ମାଣ ହେବାକୁ ଥିବା ବେଳେ ପ୍ରାୟ 1698.04 କୋଟି ଟଙ୍କାର ବ୍ଯୟବରାଦ କରାଯାଇଛି। ଏଥିମଧ୍ଯରୁ ଉପାନ୍ତ ରାୟଗଡ଼ା ଜିଲ୍ଲା ପାଇଁ 274ଟି ସଡକ ନିର୍ମାଣ ହେବ । ଯାହାଫଳରେ ଗ୍ରାମାଞ୍ଚଳରେ ଶିକ୍ଷା,ସ୍ବାସ୍ଥ୍ୟ ସମେତ ଗ୍ରାମୀଣ ବିକାଶ ହୋଇପାରିବ ବୋଲି ମୁଖ୍ଯମନ୍ତ୍ରୀ ମୋହନ ଚରଣ ମିଝୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡକ ଯୋଜନା ମାଧ୍ଯମରେ ଗ୍ରାମୀଣ ବିକାଶ ହେବ। ଶିକ୍ଷା,ସ୍ବାସ୍ଥ୍ୟ,ଅର୍ଥନୈତିକ ସମୃଦ୍ଧି ସମେତ ଲୋକେ ସାମାଜିକ ନ୍ଯାୟ ପାଇପାରିବେ। ଏଥିପାଇଁ ରାୟଗଡାରେ ଆଜି ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡକ ଯୋଜନା – ୪ ର ସ୍ବୀକୃତିପତ୍ର ହସ୍ତାନ୍ତର କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜସିଂ ଚୈହାନ୍ ଙ୍କ ଉପସ୍ଥିତିରେ ଏହି କାର୍ଯ୍ଯର ଶୁଭାରମ୍ଭ ହୋଇଛି। ରାଜ୍ଯରେ ଏହି ଯୋଜନା ମାଧ୍ଯମରେ ୮୨୭ ଟି ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡକ ନିର୍ମାଣ ହେବ। ଏଥିପାଇଁ ୧୬୯୮.୦୪କୋଟି ଟଙ୍କା ବ୍ଯୟବରାଦ ହୋଇଛି। ଯେଉଁ ସଡକର ଦୈର୍ଘ୍ୟ ୧୭୦୧.୮୬କିମି ରହିଥିବା ବେଳେ ପ୍ରାୟ ୮୯୮ଟି ଜନବସତି ଉପକୃତ ହୋଇପାରିବେ। ତେବେ ଆଦିବାସୀ ଅଧୂଷିତ ରାୟଗଡା ଜିଲ୍ଲା ପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ଫୋକସ୍ କରିଛନ୍ତି। ଏହି ଯୋଜନା ମାଧ୍ଯମରେ ଜିଲ୍ଲାର ୨୭୪ଟି ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ କରାଯିବ। ଏଥିପାଇଁ ୫୬୨.୧୦କୋଟି ଟଙ୍କାର ଅନୁଦାନ ଦେଇଛନ୍ତି କେନ୍ଦ୍ର ସରକାର। ସେହିପରି କେବିକେ ଅଞ୍ଚଳର କୋରାପୁଟରେ ୨୩ଟି, ମାଲକାନଗିରିରେ ୧୬୮, ନବରଙ୍ଗପୁର ଜିଲ୍ଲାରେ ୧୩୮, କନ୍ଧମାଳ ପାଇଁ ୧୫୩, ସମ୍ବଲପୁର ଜିଲ୍ଲାର ୧୯, କେନ୍ଦୁଝରର ୪୬ ଓ ଖୋର୍ଦ୍ଧା ଜିଲ୍ଲାର ୭ଟି ଗ୍ରାମକୁ ପିଏମଜିଏସୱ।ଇ ରାସ୍ତା ନିର୍ମାଣ କରାଯିବ ବୋଲି ମୁଖ୍ଯମନ୍ତ୍ରୀ ମୋହନ ମାଝୀ କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ରେ ରାଜ୍ଯ ପାଇଁ ୬୩୦ କୋଟି ଏବଂ ଜଳଛାୟା ର ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାୟୀ ଯୋଜନାରେ ୩୦କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ସେହିପରି ଆଜି ରାୟଗଡା ଜିଲ୍ଲା ପାଇଁ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରାଯାଇଛି।ଏହି ଅବସରରେ ରାଜ୍ଯର ସମସ୍ତ ଦାରିଦ୍ର ସୀମାରେଖା ତଳେ ଥିବା ଲୋକଙ୍କ ଆବାସ ଗୃହ ଯୋଗାଇଦେବା ସହ ରାଜ୍ଯର କୃଷକଙ୍କ ପାଇଁ କେନ୍ଦ୍ର ସ୍ବତନ୍ତ୍ର ଧ୍ଯାନ ଦେବ। ଓଡ଼ିଶାର ଜମି ସର୍ଭେ କରି କୃଷକଙ୍କ କୃଷି ଅବିବୃଦ୍ଧି କରାଯିବ,ଏଥିପାଇଁ କେନ୍ଦ୍ରରୁ ଏକ ବିଶେଷଜ୍ଞ ଦଳ ଓଡିଶା ଆସିବେ ବୋଲି କେନ୍ଦ୍ର କୃଷି ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜସିଂ ଚୈହାନ୍ ପ୍ରକାଶ କରିଛନ୍ତି। ଏହି କାର୍ଯ୍ଯକ୍ରମରେ ବିଭିନ୍ନ ବର୍ଗର ହିତାଧିକାରିଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଆୟୋଜିତ କାର୍ଯ୍ଯକ୍ରମରେ ଅନ୍ଯମାନଙ୍କ ମଧ୍ଯରେ ପଞ୍ଚାତରାଜ ମନ୍ତ୍ରୀ ରବିନାରାୟଣ ନାୟକ,ଗ୍ରାମୀଣ ବିକାଶ ସଚିବ ଯାମିନୀ ଷଢଙ୍ଗୀ,ବିଧାୟକ ଆପାଲୁସ୍ବାମୀ କାଡ୍ରାକା, ସତ୍ଯଜିତ ଗମାଙ୍ଗ ଓ ନୀଳମାଧବ ହିକକାଙ୍କ ସହ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଉପସ୍ଥିତ ଥିଲେ।
