ଚଳିତ ମୌସୁମୀରେ ନୂଆ ରେକର୍ଡ: ବଙ୍ଗୋପସାଗରରେ ସୃଷ୍ଟି ହେଲାଣି ୧୧ଟି ଲଘୁଚାପ

୫ ଦିନ ଧରି ବର୍ଷାର ପ୍ରଭାବ। ରାଜ୍ୟରେ ଆଗାମୀ ୫ ଦିନ ଧରି ବର୍ଷା ଜାରି ରହିବ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ଓ ଝଡ଼, ପବନର ସମ୍ଭାବନା ରହିଛି।କାଲିଠୁ ୨୦ ତାରିଖ ପର୍ଯ୍ୟନ୍ତ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ସମେତ ଉତ୍ତର ଓ ଉପକୂଳ ଓଡ଼ିଶାର ଅନେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପରେ ଗୋଟିଏ କି ଦୁଇଟି ନୁହେଁ, ଚଳିତ ମୌସୁମୀ ଋତୁରେ ବର୍ତ୍ତମାନ ସୁଦ୍ଧା ରାଜ୍ୟ ୧୧ଟି ଲଘୁଚାପର ସମ୍ମୁଖୀନ ହେଲାଣି । ବଙ୍ଗୋପସାଗରରେ ଘନ ଘନ ସୃଷ୍ଟି ହେଉଥିବା ଏହି ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିବା ସହ ପାଣିପାଗରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗୋଟିଏ ଋତୁରେ ଏତେ ସଂଖ୍ୟକ ଲଘୁଚାପ ସୃଷ୍ଟି ହେବା ଏକ ବିରଳ ତଥା ଉଲ୍ଲେଖନୀୟ ଘଟଣା ।

ଅଧିକ ପଢନ୍ତୁ