କିଛି ବ୍ୟବସାୟୀ ଶ୍ରୀମନ୍ଦିର ବାହାରେ ଖଜା ବକ୍ରି କରୁଛନ୍ତି। ଏହାକୁ ମହାପ୍ରସାଦ ବୋଲି କହି ଶ୍ରଦ୍ଧାଳୁଙ୍କୁ ବିକ୍ରି କରୁଛନ୍ତି। ଏହା ସମ୍ପୂର୍ଣ୍ଣ ଭୁଲ, ଏଭଳି କାର୍ୟ୍ୟରୁ ବିରତ ରହିବାକୁ ବ୍ୟବସାୟୀଙ୍କୁ ପରାମର୍ଶ ଦିଆଯାଇଛି । ଯଦି ଏ ନିୟମ ନମାନନ୍ତି ତେବେ ସେମାନଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।
ମହାପ୍ରଭୁଙ୍କ ମହାପ୍ରସାଦ ଏବଂ ଖଜା ସଂପୂର୍ଣ୍ଣ ଭାବେ ଭିନ୍ନ, ହେଲେ ଖଜାକୁ ମହାପ୍ରସାଦ କହି ବିକ୍ରି କରୁଥିବା ଲୋକଙ୍କୁ ବିରତ ରହିବାକୁ ବର୍ତ୍ତମାନ ପରାମର୍ଶ ଦିଆଯାଇଛି। ଏହା ସହିତ ଖୁବ୍ଶୀଘ୍ର ଜୈବିକ ପଦ୍ଧତିରେ ଉତ୍ପାଦିତ ହେଉଥିବା ଚାଉଳରେ ତିଆରି ହେବ ଅବଢ଼ା ! ଏବେ ଅବଢ଼ାରେ ବ୍ୟବହାର ହେଉଥିବା ଚାଉଳ ରାସାୟନିକ ସାର ପ୍ରୟୋଗ ଦ୍ଵାରା ପ୍ରସ୍ତୁତ ହେଉଛି । ତେଣୁ ଜୈବିକ ପଦ୍ଧତି ଦ୍ଵାରା ଉତ୍ପାଦିତ ଚାଉଳ ବ୍ୟବହାର ହେଲେ ଭଲ ହେବ ବୋଲି କହିଛନ୍ତି ପ୍ରମୁଖ କୃଷି ସଚିବ ଅରବିନ୍ଦ ପାଢ଼ୀ ।