ଆକ୍ସନ ମୋଡରେ ପୁଲିସ ଡିଜି। ନିଲମ୍ବନ ହେଲେ ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଆଇଆଇସି

ନିଲମ୍ବିତ ହେଲେ ମଞ୍ଚେଶ୍ୱର ଥାନା ଆଇଆଇସି ଗୟାନନ୍ଦ ସାହୁ । କର୍ତ୍ତବ୍ୟରେ ଅବହେଳା ପାଇଁ ମଞ୍ଚେଶ୍ୱର IIC ନିଲମ୍ବିତ । ମେଡିକୋ-ଲିଗାଲ ମାମଲାରେ ଆଇନଗତ ପଦକ୍ଷେପ ନେବାରେ ବିଫଳ ହେବା ଏବଂ ବିନା ପୋଷ୍ଟମର୍ଟମରେ ୫୮ ବର୍ଷୀୟା ମହିଳାଙ୍କ ଶବ ଦାହ ସଂସ୍କାର ପାଇଁ ଛାଡ଼ି ଦେବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି ।କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ପୁଲିସ ଡିଜି ତାଙ୍କ ବିରୋଧରେ ଏହି ନିଲମ୍ବନ ଆଦେଶ ଜାରି କରିଛନ୍ତି।ନିଲମ୍ବନ ଅବଧି ମଧ୍ୟରେ ସେ ଭୁବନେଶ୍ୱର-କଟକ ପୋଲିସ କମିଶନରଙ୍କ ଶୃଙ୍ଖଳାଗତ ନିୟନ୍ତ୍ରଣାଧୀନ ରହିବେ। ଏ ନେଇ ଆଜି ଓଡ଼ିଶା ପୋଲିସ ମୁଖ୍ୟାଳୟ ପକ୍ଷରୁ ଏକ ଆନୁଷ୍ଠାନିକ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଅଧିକ ପଢନ୍ତୁ