ଏଣିକି ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ।

ଏଣିକି ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ। ଶ୍ରୀମନ୍ଦିରର ୧୦୦ ମିଟର ପରିଧି ଅଞ୍ଚଳ ନିଷିଦ୍ଧାଞ୍ଚଳଭାବେ ଡିଜିସିଏ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ଅଞ୍ଚଳରେ ଡ୍ରୋନ ଆଦି ଉଡ଼ାଇବା ସମ୍ପୂର୍ଣ୍ଣ ବେଆଇନ। ଯଦି ଏପରି ଦେଖାଯାଏ ତେବେ ଡ୍ରୋନ ଉଡ଼ାଣକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ।

ତେବେ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ିବା ଘଟଣାକୁ ନେଇ ପୁଲିସ ପକ୍ଷରୁ ସିଂହଦ୍ବାର ଥାନାରେ ଲିଖିତ ଅଭିଯୋଗ ପରେ ମାମଲା ରୁଜୁ କରାଯାଇଛି। ସାମାଜିକ ଗଣମାଧ୍ୟମରେ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଯୁବବର୍ଗ ଡ୍ରୋନ୍‌ ଉଡ଼ାଇ ଶ୍ରୀମନ୍ଦିରର ଭିତର ପାର୍ଶ୍ବ ଭିଡିଓ ଓ ଚିତ୍ର ଉତ୍ତୋଳନ କରୁଛନ୍ତି। ଏହା ସମ୍ପୂର୍ଣ୍ଣ ବେଆଇନ। କିଛି ସୋସିଆଲ ମିଡିଆ ଆକାଉଣ୍ଟକୁ ଚିହ୍ନଟ କରାଯାଇଛି। ସେମାନଙ୍କ ବିରୋଧରେ ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ଅଧିକ ପଢନ୍ତୁ

Odisha Darpan Digital