ଏହି ଜିଲ୍ଲାରେ ଘଡ଼ଘଡ଼ି, ପ୍ରବଳ ପବନ ସହ ବର୍ଷା ସମ୍ଭାବନା ରହିଛି ।

ଖରାରେ ସିଝୁଛି ସମଗ୍ର ପଶ୍ଚିମ ଓଡ଼ିଶା। ପଶ୍ଚିମ ଓଡ଼ିଶାରେ ଅନୁଭୂତ ହେଉଛି ଅସମ୍ଭାଳ ତାତି। ଏହାରି ଭିତରେ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି। ବୁଧବାରଠାରୁ କମିଯିବ ତାତି। ବଢ଼ିବ କାଳବୈଶାଖୀ। ଆଣିବ ତାତିରୁ ଆଶ୍ୱସ୍ତି। ଦିନ ତାପମାତ୍ରା ବର୍ତ୍ତମାନ ତୁଳନାରେ ୩ରୁ ୫ ଡିଗ୍ରୀ ସେଲସିୟସ୍‌ କମିପାରେ।

ରାଜ୍ୟରେ ଲାଗି ରହିଥିବା ଗ୍ରୀଷ୍ମ ପ୍ରକୋପ ହାଲୁକା କମିଛି। ଅନ୍ୟପଟେ ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ଥିବା କହିଲା ଆଞ୍ଚଳିକ ପାଣିପାଗ ବିଭାଗ । କିଛି ସ୍ଥାନରେ କୁଆପଥର ବର୍ଷା ସମ୍ଭାବାନା ରହିଥିବା ସତର୍କ କଲା ପାଣିପାଗ ବିଭାଗ ।ମାର୍ଚ୍ଚ ୧୯ରେ ରାଜ୍ୟର ୭ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା । ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜରେ ଘଡ଼ଘଡ଼ି, ପ୍ରବଳ ପବନ ସହ ବର୍ଷା ସମ୍ଭାବନା ରହିଛି ।

ଅଧିକ ପଢନ୍ତୁ

kc ads