ଓଡ଼ିଶାରେ ମଦର ପ୍ରଚାର ପ୍ରସାର ନେଇ ଲୋକସଭାରେ ଉଦବେଗ ।

ମଦର ବ୍ୟାପକ ପ୍ରସାର ଯୋଗୁଁ ଓଡ଼ିଶାର ସାମାଜିକ ବ୍ୟବସ୍ଥା ନଷ୍ଟ ହେଉଛି, ଲୋକସଭାରେ ଉଦବେଗ ପ୍ରକାଶ କଲେ ବରଗଡ ସାଂସଦ ପ୍ରଦୀପ ପୁରୋହିତ । ଓଡ଼ିଶାର ଗାଁ ମାନଙ୍କରେ ବ୍ୟାପକ ମାତ୍ରାରେ ମଦଭାଟିର ପ୍ରସାର ଚାଳିଥିବାରୁ ଗାଁ ମାନଙ୍କ ସାମାଜିକ ଅବସ୍ଥା ବିଗିଡିବାରେ ଲାଗିଛି ଓ ଗାଁ ମାନଙ୍କର ଆର୍ଥିକ ଅବସ୍ଥା ଉପରେ ମଧ୍ୟ ଏହା ବୋଝ ତିଆରି ହେଉଛି । ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ଏଭଳି ଅବସ୍ଥା ଥିବାରୁ କେନ୍ଦ୍ର ସରକାର ଅବକାରୀ ବିଭାଗକୁ କେନ୍ଦ୍ର ଅଧିନକୁ ନେବା ପାଇଁ ସରକାର ବିଚାର କରିବା ପାଇଁ ବରଗଡ ସାଂସଦ ପ୍ରଦୀପ ପୁରୋହିତ ନିୟମ ୩୭୭ ଅଧିନିୟମରେ ଏ ପ୍ରସଙ୍ଗ ଲୋକସଭାରେ ଆଗତ କରିଛନ୍ତି । ପଶ୍ଚିମ ଓଡ଼ିଶାରେ ମଦ ବ୍ୟବସାୟରେ ବର୍ଷକୁ ୫ ଶହ କୋଟିରୁ ଅଧିକ ଟଙ୍କାର କାରବାର ହେଉଛି । କୌଣସି ମଦ ଭାଟିରେ ଅବକାରୀ ବିଭାଗ କିମ୍ବା ସ୍ବାସ୍ଥ୍ୟ ବିଭାଗ ନିୟମ ଅନୁସାରେ ମଦ ତିଆରି ହେଉନାହିଁ । ମଦ ବ୍ୟବସାୟୀମାନେ ଅଧିକ ଲାଭ ପାଇବା ପାଇଁ ୟୁରିଆ ଓ କିଛି ବିଷାକ୍ତ ପଦାର୍ଥ ମିଶ୍ରଣ କରି ମଦ ତିଆରି କରୁଥିବାରୁ ମଦ ମୃତ୍ୟୁ ଘଟଣା ଘଟୁଥିବା ଅଭିଯୋଗ କରିଛନ୍ତି ସାଂସଦ ପ୍ରଦୀପ ପୁରୋହିତ ।

ପ୍ରଦୀପ ପୁରୋହିତ କେନ୍ଦ୍ର ସରକାରଙ୍କ ଠାରେ ଦାବି ଉପସ୍ଥାପନ କରି ଅତି କମ୍‌ରେ ଯେଉଁ ଯେଉଁ ପୀଠ ସ୍ବାଧୀନତା ଆନ୍ଦୋଳନର ପ୍ରମୁଖସ୍ଥଳୀ ଥିଲା ସେଠି ସଂପୂର୍ଣ୍ଣ ଭାବେ ନିଶାମୁକ୍ତ ଅଞ୍ଚଳ ଘୋଷଣା କଲେ ସେମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି ।

ଅଧିକ ପଢନ୍ତୁ

kc ads