କଟକ ନିଶ୍ଚିନ୍ତକୋଇଲି ଅଞ୍ଚଳରେ ବାଘ ଆତଙ୍କ।CCTV କ୍ୟାମେରାରେ ବାଘର ଭିଡିଓ କଏଦ ହୋଇଥିବା ଦେଖିବାକୁ ମିଳିଛି। ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଭିଡିଓ। ଶାରଦା ଶତପଥୀଙ୍କ ଘରେ ଲାଗିଥିବା CCTVରେ କଏଦ ହୋଇଛି ବାଘ ବୁଲୁଥିବା ଭିଡିଓ । ଏ ନେଇ ସ୍ଥାନୀୟ ବାସିନ୍ଦା ବନ ବିଭାଗକୁ ଖବର ଦେବାପରେ କଟକ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ଗାଁରେ ବାଘ ବୁଲୁଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି । ବାଘକୁ କାବୁ କରି ଜଙ୍ଗଲରେ ଛାଡିବାକୁ ବନବିଭାଗକୁ ଦାବି କରିଛନ୍ତି । ନେମାଳ ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି । ଆଖ ପାଖ ଅଞ୍ଚଳରେ ଏହି ବାଘ ଘୁରି ବୁଲୁଥିବା ମଧ୍ୟ ଅଭିଯୋଗ ଆସୁଛି ।। ଯଦି ଭିଡ଼ିଓଟି ସତ୍ୟ ହୋଇଥାଏ ତେବେ ବାଘକୁ ଧରିବା ବନ ବିଭାଗ ପାଇଁ ଏକ ଚ୍ୟାଲେଞ୍ଜ ହେବ।
