ଭାରତରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଦେଶରେ ପୁଣି ଥରେ ସୁନା କ୍ରିୟ ବଢ଼ିବ ।ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୪୬,୦୭୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୩,୮୯୦ ଟଙ୍କା ଛୁଇଁଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୨୯,୯୦୦ ଟଙ୍କା ହୋଇଛି ।ବଜାର ବିଶେଷଜ୍ଞଙ୍କ ଅନୁସାରେ ବିବାହ ଋତୁ ପୂର୍ବରୁ ଏହି ସମୟ ସୁନା କିଣିବା ପାଇଁ ସଠିକ୍ ସମୟ । ସାଧାରଣତଃ ଧନତେରସ ଏବଂ ଦୀପାବଳି ସମୟରେ ସୁନା କ୍ରୟ ବଢ଼ିଥାଏ । ଏପରି ସ୍ଥିତିରେ ସୁନା ମୂଲ୍ୟରେ ପୁଣି ଥରେ ହ୍ରାସ ଘଟିବାର ସମ୍ଭାବନା କମ୍ ।
