ଭାରତରେ ଦୁଇ ବର୍ଷରୁ ଅଧିକ ସମୟ ଧରି ନିର୍ବାସିତ ଜୀବନ ବିତାଇବା ପରେ, ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଆସନ୍ତା ଡିସେମ୍ବର ୧୬ ତାରିଖରେ ନିଜ ଦେଶକୁ ଫେରିବାକୁ ଯୋଜନା କରୁଛନ୍ତି। ଡିସେମ୍ବର ୧୬ ହେଉଛି ୧୯୭୧ ବାଂଲାଦେଶ ମୁକ୍ତି ସଂଗ୍ରାମର ବାର୍ଷିକୀ । ଏହା ପ୍ରଥମ ଥର ପାଇଁ ହୋଇଛି ଯେତେବେଳେ ହସିନା ନିଜ ଦେଶକୁ ଫେରିବା ପାଇଁ ତାରିଖ ବାବଦରେ ସୂଚନା ଦେଇଛନ୍ତି । ପୂର୍ବରୁ ସେ ଡିସେମ୍ବରରେ ଫେରିବେ ବୋଲି କହିଥିଲେ । ହେଲେ ତାରିଖ ବାବଦରେ ଘୋଷଣା କରିନଥିଲେ । ତେବେ ଫେରିବା ପାଇଁ ସେ ବାଂଲାଦେଶ ସରକାରଙ୍କ ଆଗରେ ସରକାରୀ ଏୟାରଲାଇନ୍ସରେ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ।ତାଙ୍କର ଫେରିବା ତାରିଖ ଘୋଷଣା ହେବା ପରେ ବାଂଲାଦେଶରେ ରାଜନୈତିକ ଏବଂ ଆଇନଗତ ଉତ୍ତେଜନା ବୃଦ୍ଧି ପାଇପାରେ, ଯେଉଁଠାରେ ବର୍ତ୍ତମାନ ତାଙ୍କ ଦଳ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହା ବ୍ୟତୀତ, ଚଳିତ ମାସ ଆରମ୍ଭରେ ସେ ଏକ ନୂତନ ପାସପୋର୍ଟ ଏବଂ ଅନ୍ୟାନ୍ୟ ଦସ୍ତାବିଜ ପାଇଁ ଅନୁରୋଧ କରିବା ପରଠାରୁ ସେଠାରେ ହିଂସାତ୍ମକ ଘଟଣା ମଧ୍ୟ ବୃଦ୍ଧି ପାଇଛି।୨୦୨୫ ନଭେମ୍ବରରେ ଏକ ଅଦାଲତ ୨୦୨୪ ବିରୋଧ ପ୍ରଦର୍ଶନ ସମୟରେ ହୋଇଥିବା ହିଂସାତ୍ମକ ଘଟଣାକୁ ନେଇ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ। ତେବେ ଏହାକୁ ବାତିଲ କରିବା ପାଇଁ ସମର୍ଥକମାନେ ଦାବି କରୁଛନ୍ତି ।
