ଶୁକ୍ରବାର ପ୍ରକାଶ ପାଇଛି ମାଟ୍ରିକ୍ ରେଜଲ୍ଟ । ଏହା ପରେ ଯୁକ୍ତ ୨ ପରୀକ୍ଷାଫଳ ନେଇ ଚାତକ ଭଳି ଚାହିଁ ରହିଛନ୍ତି ଛାତ୍ରଛାତ୍ରୀ । ଯାହାକୁ ନେଇ ଗୁଜବ ଉଠୁଥିଲା, ଯେ କି ଆସନ୍ତା ୬ ତାରିଖରେ ଯୁକ୍ତ ୨ ପରୀକ୍ଷା ଫଳ ବାହାରିବ । ଯାହାକୁ ନେଇ ଛାତ୍ରଛାତ୍ରୀ ଦ୍ବନ୍ଦ୍ବରେ ଥିବା ବେଳେ ଏହାକୁ ନେଇ ଆଜି ସ୍ପଷ୍ଟିକରଣ ରଖିଛି ସିଏଚଏସଇ । ମେ ୧ ସୁଦ୍ଧା ଖାତା ଦେଖା ଶେଷ ହୋଇଛି। ରେଜଲ୍ଟ ପ୍ରକାଶ ନେଇ ପ୍ରକ୍ରିୟା ଚାଲିଛି। ନିର୍ଦ୍ଦିଷ୍ଟ ଭାବେ କେବେ ରେଜଲ୍ଟ ବାହାରିବ ସେନେଇ କିନ୍ତୁ କୌଣସି ସୂଚନା ଦିଆଯାଇନାହିଁ। ଯେବେ ସମୟ ଧାର୍ଯ୍ୟ ହେବ ଶୀଘ୍ର ଜଣାଇ ଦିଆଯିବ। ତେବେ ଆସନ୍ତା ୬ ତାରିଖ ୧୦ଟା ବେଳେ ଯୁକ୍ତ ଦୁଇ ରେଜଲ୍ଟ ବାହାରିବା ନେଇ ଏକ ନୋଟିସ୍ ସାମ୍ନାକୁ ଆସିଥିଲା । ଏହାକୁ ନେଇ ପରୀକ୍ଷାର୍ଥୀ ଦ୍ୱନ୍ଦରେ ରହିଥିବା ବେଳେ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏହା ସ୍ପଷ୍ଟ କରିଛି ।
