MMDRକୁ ନେଇ ବର୍ଷିଲେ ବିଜେଡି ନେତ୍ରୀ ସୁଜାତା ରାଉତ । ବିଜେପି ନେତା ଓ ସାଂସଦମାନେ ରାଜଧର୍ମ ଭୁଲିଯାଇଛନ୍ତି । ନିଜ ମା’ ଓ ମାଟି ପ୍ରତି ଅନ୍ୟାୟ କରିଛନ୍ତି ।ଖଣି ସଂଶୋଧନ ବିଲକୁ ସମର୍ଥନ କରିଥିବା ବିଜେପି ସାଂସଦ ମାନେ ଉତ୍ତର ଦିଅନ୍ତୁ, ସୋମାନେ କହା ସହ ଅଛନ୍ତି । ନିଜ ମାତୃଭୂମି ସହିତ ନା ଆଉ କାହା ସହିତ? ସେ କହିଛନ୍ତି ଯେ, ସୁପ୍ରିମ୍ କୋର୍ଟ ରାୟ ଦେଇଥିଲେ ଯେ ରାଜ୍ୟଗୁଡ଼ିକର ନିଜ ଅଞ୍ଚଳରେ ଥିବା ଖଣିଜ ସମ୍ପଦ ଏବଂ ଖଣିଜ ଜମି ଉପରେ ଟିକସ ଲଗାଇବାର ସମ୍ପୂର୍ଣ୍ଣ ସାମ୍ବିଧାନିକ ଅଧିକାର ରହିଛି । ଏହି ରାୟ ବଳରେ ଓଡ଼ିଶା ଭଳି ଖଣିଜ ପ୍ରଚୁର ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କାର ରାଜସ୍ୱ ପାଇବାର ସୁଯୋଗ ସୃଷ୍ଟି ହୋଇଥିଲା । ଏହି ଅର୍ଥ ରାଜ୍ୟର ବିକାଶ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଅନ୍ତରୀଣ ଭିତ୍ତିଭୂମି ନିର୍ମାଣରେ ବ୍ୟବହାର ହୋଇପାରିଥାନ୍ତା । ହେଲ MMDR ସଂଶୋଧନ ବିଲ୍ ଅନୁଯାୟୀ, ରାଜ୍ୟଗୁଡ଼ିକ ଖଣିଜ ସମ୍ପଦ ଓ ଖଣିଜ ଜମି ଉପରେ ନିଜସ୍ୱ କର କ୍ଷମତାକୁ ସଙ୍କୁଚିତ କରାଯାଇଛି । ଯେପର୍ଯ୍ୟନ୍ତ ଏହି ସଂଶୋଧିତ ଏମଏମଡିଆର ଆଇନ ପ୍ରତ୍ୟାହୃତ ନହୋଇଛି, ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ତାର ଲଢେଇ ଜାରି ରଖିବ ।
