ଖୁବଶୀଘ୍ର ବିଜେପି ସଭାପତି ନିର୍ବାଚନ ହୋଇପାରେ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ଏପ୍ରିଲ ୨୦ ପରେ ହୋଇପାରେ । ଏହା ସହ, କିଛି ଦିନ ମଧ୍ୟରେ ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟର ଦଳୀୟ ସଭାପତିଙ୍କ ନାମ ମଧ୍ୟ ଘୋଷଣା କରାଯାଇପାରେ । ପ୍ରମୁଖ ରାଜ୍ୟ ଗୁଡିକରେ ରାଜ୍ୟ ସଭାପତିଙ୍କୁ ଚୂଡାନ୍ତ କରିବା ପାଇଁ ଦଳର ଶୀର୍ଷ ନେତାମାନେ ବ୍ୟାପକ ଆଲୋଚନ ହୋଇସାରିଛି ।

ମଙ୍ଗଳବାର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ସଭାପତି ଜେପି ନଡ୍ଡାଙ୍କ ସମେତ ବରିଷ୍ଠ ବିଜେପି ବ୍ୟକ୍ତିମାନେ ଉତ୍ତର ପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, କର୍ଣ୍ଣାଟକ ଏବଂ ଓଡ଼ିଶା ପାଇଁ ନୂତନ ରାଜ୍ୟ ସଭାପତିଙ୍କ ନିଯୁକ୍ତି ଉପରେ ବିଚାରବିମର୍ଶ କରିବା ପାଇଁ ବୈଠକ କରିଥିଲେ । ଏପର୍ଯ୍ୟନ୍ତ ୧୪ ଜଣ ରାଜ୍ୟ ସଭାପତିଙ୍କୁ ନିଯୁକ୍ତ କରାଯାଇଛି ।

ଅଧିକ ପଢନ୍ତୁ

kc ads