ଅନ୍ତୋଦ୍ୱୟ ଗୃହ ଯୋଜନା ନେଇ ପ୍ରତିକ୍ରିୟା ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ । ସେ କହିଛନ୍ତି, ଏ ବର୍ଷ ଅନ୍ତୋଦ୍ୱୟ ଗୃହ ଯୋଜନାରେ ଲକ୍ଷେ ୫୯ ହଜାର ଲୋକ ଘର ପାଇବେ । ଅନ୍ତୋଦ୍ୱୟ ଯୋଜନାରେ ୫୯ ହଜାର ୯୩ ଜଣ ଭିନ୍ନକ୍ଷମ, ଅସହାୟ ଓ ବନ୍ୟା ବାତ୍ୟାରେ ଘର ଭାଙ୍ଗିଥିବା ବ୍ୟକ୍ତିଙ୍କୁ ବ୍ଲକ୍ସ୍ତରରେ ଘର ଦିଆଯାଇଛି ।। ଗତ ଥର ଯେଉଁ ନିୟମରେ ଘର ଦିଆଯାଇଥିଲା ସେହି ନିୟମରେ ଚଳିତ ଥର ମଧ୍ୟ ମିଳିବ ବୋଲି ପ୍ରେସମିଟରେ କହିଛନ୍ତି ମନ୍ତ୍ରୀ ।ଏହା ୨୦୨୬ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।ଇନ୍ଦିରା ଆବାସ ପାଇଥିବା ଲୋଙ୍କୁ ଚିହ୍ନଟ ନିର୍ଦ୍ଦେଶନାମା ଜାରି ହେବ । ଲକ୍ଷେ ୫୯ ହଜାର ଅନ୍ତୋଦ୍ୱୟ ଗୃହ ଯୋଜନାରେ ଲୋକ ଘର ପାଇବେ ବୋଲି ମନ୍ତ୍ରୀ କହିଛନ୍ତି ।
