ଚଳିତ ମାସ ଶେଷ ସୁଦ୍ଧା ଶ୍ରୀମନ୍ଦିରରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା

ଚଳିତ ମାସ ଶେଷ ସୁଦ୍ଧା ଶ୍ରୀଜିଉଙ୍କ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା। ସୂଚନା ଦେଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆଜି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେଵୀ ମାଆ ତାରାତାରିଣୀ ଶକ୍ତିପୀଠ ପରିଦର୍ଶନ କରି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପଗୁଡିକର ସମୀକ୍ଷା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହି ସମୟରେ ତାଙ୍କ ସହିତ ଉପସ୍ଥିତ ଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।ତେବେ ତାରାତାରେଣୀ ଦର୍ଶନ ବେଳେ ଏହି ସୂଚନା ଦେଇଛନ୍ତି ଆଇମନ୍ତ୍ରୀ। କହିଛନ୍ତି ଯେ ସପ୍ତାହେ ମଧ୍ୟରେ ଶ୍ରୀମନ୍ଦିର ପରିଚାଳନା କମିଟି ହୋଇଯିବ। ଏହା ପରେ ହୁଣ୍ଡି ଉଠାଇବା ନୀତି ଅନୁଷ୍ଠିତ ହେବ। ହୁଣ୍ଡି ସ୍ଥାନାନ୍ତର ପାଇଁ ମ୍ୟାନେଜିଙ୍ଗ କମିଟି ଓ ସରକାରଙ୍କ ଅନୁମତିର ଆବଶ୍ୟକତା ରହିଛି । ଅନୁମତି ମିଳିବା ପରେ ହୁଣ୍ଡି ସ୍ଥାନାନ୍ତର ହେବ ଓ ତୁରନ୍ତ ଧାଡ଼ି ଦର୍ଶନ ବ୍ୟବସ୍ଥା ଏହି ମାସ ଶେଷ ସୁଦ୍ଧା ଆରମ୍ଭ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

ଅଧିକ ପଢନ୍ତୁ

Odisha Darpan Digital