ଚାଷୀଙ୍କ ପାଇଁ ଖୁସି ଖବର । ଆଜି ଆଜି କୃଷକଙ୍କ ଖାତାକୁ ଆସିବ ପିଏମ୍‌ କିଷାନ ଟଙ୍କା ।

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୯ତମ କିସ୍ତି ଅପେକ୍ଷାରେ ଥିବା କୃଷକମାନଙ୍କ ପାଇଁ ଖୁସିଖବର। ଆଜି ଆଜି କୃଷକଙ୍କ ଖାତାକୁ ଆସିବ ପିଏମ୍‌ କିଷାନ ଟଙ୍କା । ବିହାରରୁ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ର ୧୯ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ପ୍ରଧାନମନ୍ତ୍ରୀ ମୋଦି ।ଦେଶର ପ୍ରାୟ ୯ କୋଟି ଚାଷୀଙ୍କ ଖାତାକୁ ଆସିବ ୨ ହଜାର ଲେଖାଏଁ ଟଙ୍କା । ପିଏମ ମୋଦି ଡିବିଟି ଜରିଆରେ ୯.୫ କୋଟି ଚାଷୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଇବେ । କିଷାନ ଟଙ୍କାର ୧୮ତମ କିସ୍ତିର ଲାଭାର୍ଥୀଙ୍କ ସଂଖ୍ୟା ୯.୬ କୋଟି ଟଙ୍କା ଥିଲା, ଯାହାକି ଏବେ ବୃଦ୍ଧି ପାଇଛି। ଏଯାବତ ମୋଟ ୩.୪୬ ଲକ୍ଷ କୋଟି ଟଙ୍କା ଦିଆଯାଇଚି। ଆସନ୍ତା ସପ୍ତାହରେ ୧୯ତମ କିସ୍ତି ଜାରି କରିବା ପରେ ଏହି ରାଶି ବୃଦ୍ଧି ପାଇ ୩.୬୮ ଲକ୍ଷ କୋଟିରେ ପହଞ୍ଚିବ।

ଅଧିକ ପଢନ୍ତୁ

Odisha Darpan Digital