ଜୁଲାଇ ୧୮ରେ ହେବ ଶ୍ରୀମନ୍ଦିରର ବୈଷୟିକ ଯାଞ୍ଚ

ଜୁଲାଇ ୧୮ରେ ହେବ ଶ୍ରୀମନ୍ଦିରର ବୈଷୟିକ ଯାଞ୍ଚ । ରତ୍ନଭଣ୍ଡାର ସମେତ ଶ୍ରୀମନ୍ଦିରର ବିଭିନ୍ନ ସଂରଚନାର ସ୍ଥିତି ଅନୁଧ୍ୟାନ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍‌ଆଇ) ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସ୍‌ଜେଟିଏ)ର ମିଳିତ ଟିମ୍ ପୁରୀରେ ପହଞ୍ଚି ବିସ୍ତୃତ ବୈଷୟିକ ଯାଞ୍ଚ କରିବେ । ପ୍ରତିବର୍ଷ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଗର୍ଭ ଗୃହ,କାନ୍ଥ, ରତ୍ନ ବେଦୀ ସହ ବିଭିନ୍ନ ମନ୍ଦିର ଗୁଡିକର ମଧ୍ୟ ଯାଞ୍ଚ କରାଯାଇଥାଏ । ଏହା ଶ୍ରୀମନ୍ଦିର ଗର୍ଭଗୃହର କାନ୍ଥର କଳା ଆସ୍ତରଣର କେମିକାଲ ୱାସ ସହ କୀର୍ତ୍ତିରାଜିର ସୁରକ୍ଷା ଯାଞ୍ଚ କରାଯିବ । ରଥଯାତ୍ରା ସମୟରେ ମହାପ୍ରଭୁ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଥିବା ବେଳେ ଏହି ଯାଞ୍ଚ କରିବ ASI lଯାଞ୍ଚ ଶେଷ ହେବା ପରେ ଏଏସ୍‌ଆଇ, ଶ୍ରୀମନ୍ଦିର ପ୍ରଶାସନ ଏବଂ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ବୈଠକରେ ବୈଷୟିକ ଯାଞ୍ଚ ରିପୋର୍ଟକୁ ଆଧାର କରି ମନ୍ଦିରର ସଂରକ୍ଷଣ, ମରାମତି ଏବଂ ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଆଲୋଚନା କରାଯିବ । । ଶ୍ରୀମନ୍ଦିରର ଐତିହ୍ୟ ଓ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଏହି ବୈଷୟିକ ଯାଞ୍ଚ କରାଯାଉଥିବାବେଳେ, ଏହାର ରିପୋର୍ଟ ଆଧାରରେ ଭବିଷ୍ୟତର ସଂରକ୍ଷଣ କାର୍ଯ୍ୟ ନିର୍ଦ୍ଧାରଣ ହେବ ବୋଲି ସୂଚନା ମିଳିଛି ।

ଅଧିକ ପଢନ୍ତୁ