ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନରେ ସୁରକ୍ଷାବାହିନୀକୁ ମିଳିଛି ବଡ଼ ସଫଳତା। କୁଲଗାମ୍ ଜିଲ୍ଲାରେ ସୁରକ୍ଷାବାହିନୀର ଏନକାଉଣ୍ଟରରେ ଲସ୍କର-ଏ-ତୈବାର ଆତଙ୍କବାଦୀ ଲତିଫ ଭଟ୍ ଏବଂ ତା’ର ଜଣେ ସହଯୋଗୀ ନିହତ ହୋଇଛନ୍ତି। ଗତ ସପ୍ତାହରେ ଏକ ସିଆରପିଏଫ କ୍ୟାମ୍ପ ଉପରେ ହୋଇଥିବା ଆକ୍ରମଣରେ ଏହି ଦୁଇ ଆତଙ୍କବାଦୀଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛିସୂଚନା ଅନୁସାରେ, ନଭେମ୍ବର ୧୧ ତାରିଖରେ କୁଲଗାମ୍ର ମୀର ବଜାର ନିକଟରେ ଥିବା ଏକ ସିଆରପିଏଫ ପୋଷ୍ଟ ଉପରେ ଦୁଇ ଜଣ ସଶସ୍ତ୍ର ଆତଙ୍କବାଦୀ ଗୁଳିମାଡ଼ କରିଥିଲେ। ଏହି ଆକ୍ରମଣରେ ତିନି ଜଣ ସିଆରପିଏଫ ଯବାନ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯବାନଙ୍କ ଅବସ୍ଥା ଗୁରୁତର ଥିଲା।।ଲତିଫ ଭଟ୍ଟ କୁଲଗାମ ଜିଲ୍ଲାର ଖେୱାନ ଚାଡରରେ ରହୁଥିଲା । ୨୦୨୫ ନଭେମ୍ଵରରେ ସେ ଅଚାନକ ଗାଏବ ହୋଇଯାଇଥିଲା । ୧୯ ତାରିଖରେ ତାର ପରିବାର ପକ୍ଷରୁ ଥାନାରେ ନିଖୋଜ ଅଭିଯୋଗ କରାଯାଇଥିଲା । ଏହାପରେ ସେ ଆତଙ୍କୀ ସଙ୍ଗଠନ ଲଶ୍କର-ଏ-ତୋଇବାରେ ସାମିଲ ହୋଇଥିଲା । ଦକ୍ଷିଣ କାଶ୍ମୀରର ଭିନ୍ନ ଭିନ୍ନ ସ୍ଥାନରେ ଆତଙ୍କୀ ଗତିବିଧି ଚଳାଉଥିଲା ।ସେହିପରି କୁଲଗାମ୍ ଆକ୍ରମଣର ୨୪ ଘଣ୍ଟା ନପୂରୁଣୁ ଜମ୍ମୁ-କଶ୍ମୀରର କିସ୍ତୱାଡ଼ ଜିଲ୍ଲାରେ ଆଉ ଏକ ଆତଙ୍କବାଦୀ ଘଟଣା ଘଟିଥିଲା। ଆତଙ୍କବାଦୀମାନେ ଦୁଇ ଜଣ ସ୍ପେଶାଲ୍ ପୋଲିସ୍ ଅଫିସର (ଏସପିଓ)ଙ୍କୁ ହତ୍ୟା କରିଥିଲେ। ମୃତକ ଦୁଇଜଣ ହେଲେ ବାବି ଚାନ୍ଦ ଓ ଯଶପାଲ କୁମାର। ରିପୋର୍ଟ ଅନୁସାରେ, ଆତଙ୍କବାଦ ବିରୋଧୀ ଅଭିଯାନରେ ସେନାକୁ ସହଯୋଗ କରିବା ପାଇଁ ଯିବା ବାଟରେ ସେମାନଙ୍କୁ ଟାର୍ଗେଟ୍ କରାଯାଇଥିଲା।
