ଯାତ୍ରା ମଞ୍ଚରେ ଉଡ଼ିଲା ଚେୟାର, ଅଧାରୁ ବନ୍ଦ ହେଲା ନାଟକ

ପୁଣି ଯାଜ୍ଞସେନୀ ପାର୍ଟି, ପୁଣି ଚେୟାର ମାଡ଼। ଯାତ୍ରା ମଞ୍ଚରେ ଲାଗିଛି ‘ସନାତନୀ’ ନିଆଁ। ଏଥର ଖାଲି ଚେୟାର ମାଡ଼ କରିନାହାନ୍ତି ଦର୍ଶକ, ମୁଖ୍ୟ ଅଭିନେତା ଆସି ଦର୍ଶକଙ୍କ ଉପରେ ବର୍ଷିଛନ୍ତି। ସୂଚନା ମୁତାବକ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ମଛୁଆ ପଞ୍ଚାୟତରେ ଯାଜ୍ଞସେନୀ ଅପେରାର ସନାତନୀ ନାଟକ ଚାଲିଥିଲା । ନାଟକ ଚାଲିଥିବାବେଳେ ଅଭିନେତାଙ୍କ ଉପରେ ଉତକ୍ଷିପ୍ତ ହୋଇ ଚେୟାର ଫିଙ୍ଗିଥିଲେ ଦର୍ଶକ । ପାଖାପାଖି ଅଧ ଘଣ୍ଟାଏ ଧରି ନାଟକ ବନ୍ଦ ହୋଇଯାଇଥିଲା । ପରେ ନାଟକ ଆରମ୍ଭ ହୋଇଥିଲା ।ଚେୟାର ଫୋପାଡ଼ାକୁ ନେଇ ରାଗି ଯାଇ ଦର୍ଶକଙ୍କ ଉପରେ ବର୍ଷିଛନ୍ତି ଯାତ୍ରାର ମୁଖ୍ୟ ଅଭିନେତା ଲରେନ୍ସ। ହାତରେ ମାଇକ୍ ଧରି ସିଧା ଗ୍ୟାଲେରୀକୁ ମାଡ଼ି ଆସିଛନ୍ତି। ସ୍ଥିତି ଏମିତି ହୋଇଥିଲା କି ଦର୍ଶକଙ୍କ ସହ ମୁହାଁମୁହିଁ ହୋଇଥିଲେ ଲରେନ୍ସ। ପୂର୍ବରୁ ଏକାଧିକ ଥର ଏଭଳି ଘଟିଛି, ବହୁବାର ଏମିତି ହୋଇଛି। ଯାତ୍ରା ଯାଜ୍ଞସେନୀର ସନାତନୀ ନାଟକକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଚେୟାର ମାଡ଼ଠୁ ଆରମ୍ଭ କରି ଗଣ୍ଡଗୋଳ ଘଟିଛି, ତଥାପି ଏଇ ନାଟକକୁ ବନ୍ଦ କରୁନାହିଁ ଯାତ୍ରା ପାର୍ଟି।

ଅଧିକ ପଢନ୍ତୁ